ଭାରତର ଟିଜର ଦେଖି ସଲମାନଙ୍କୁ ଏହି ମେସେଜ କଲେ କପିଲ ଶର୍ମା ।
ବଲିଉଡ ଆକ୍ଟର ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଭାରତର ଟିଜର ରିଲିଜ ହୋଇ ସାରିଛି । ଯେଉର୍ଥିରେ ସଲମାନଙ୍କୁ ଭିନ୍ନ ଭିନ୍ନ ଲୁକରେ ଦେଖିôବାକୁ ମିଳିଛି । ୧ ମିନିଟ ୨୬ ସେକେଣ୍ଡର ଟିଜରରେ କେବଳ ସଲମାନ ହିଁ ନଜର ଆସିଛନ୍ତି, କିନ୍ତୁ କୌଣସି ନାୟିକାଙ୍କୁ ଦେଖିବାକୁ ମିଳିନାହିଁ ଏହି ଟିଜରରେ । ଟିଜର ଦେଖି ଜଣାପଡ଼ୁଛି ସଲମାନ ଜଣେ ନେଭି ମ୍ୟାନ ଭାବରେ ଚାକିରୀ କରୁଛନ୍ତି ଯେଉଁଥିରେ ତାଙ୍କ ନାମ ହୋଇଛି ଭାରତ । ଟିଜର ଦେଖିବା ପରେ ସମସ୍ତେ ସଲମାନଙ୍କୁ ଶୁଭେତ୍ସା ଜଣାଉଛନ୍ତି । ଏହି ମଧ୍ୟରେ ସାମ୍ନାକୁ ଆସିଛି କପିଲ ଶର୍ମାଙ୍କ ମେସେଜ ।
ବାସ୍ତବରେ କପିଲ ଲେଖିଛନ୍ତି ଫିଲ୍ମ ଭାରତର ଟିଜର ତ ରିଲିଜ ହୋଇଗଲା, ଏବେ ଭାଇଜାନ ବ୍ଲକବଷ୍ଟର ବକ୍ସ ଅଫିସରେ କମାଲ ଦେଖାଇବା ପାଇଁ ପ୍ରସ୍ତୁତ । ଏହା ସହିତ ଆପଣଙ୍କୁ ଏବଂ ଆପଣଙ୍କ ଟିମକୁ ମୋ ତରଫରୁ ଖୁବ ସାରା ଶୁଭକାମନା ।
ଫିଲ୍ମର କଥା କହିବା ତ ଏହା ଏକ ସାଉଥ କୋରିଆନ ଡ୍ରାମା ଫିଲ୍ମ ‘ଓଡ ଟୁ ମାଏ ଫାଦର’ ଉପରେ ଆଧାରିତ । ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ରାଟ୍ରିନା କୈଫ,ଦିଶା ପାଟନୀ, ସୁନିଲ ଗ୍ରୋଭର, ନୋରା ଫତେହି ଏବଂ ଜ୍ୟାକି ସ୍ରଫ ମୁଖ୍ୟ ଚରିତ୍ରରେ ନଜର ଆସିବେ ।