Only for Entertainment

ଦୁଷ୍କର୍ମ ମାମଲାର ଶୁଣାଣି ପରେ କରଣ ଓବରଏଙ୍କୁ ମିଳିଲା ଜାମିନ

36

କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଜନେୈକା ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ । ଯାହା ପରେ କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ପରେ କରଣଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ମୁମ୍ବାଇର ତଲୋଜାରେ ଥିବା ଜେଲରେ କରଣଙ୍କୁ ରଖା ଯାଇଥିବା ବେଳେ ଆଜି ତାଙ୍କ ମାମଲାକୁ ନେଇ ଶୁଣାଣି କରାଯାଇଥିଲା । ଶୁଣାଣି ପରେ କରଣଙ୍କୁ ଜାମିନ ମିଳି ଯାଇଥିବା ଜଣା ପଡ଼ିଛି । ମାସେ ହେଲାଣି କରଣଙ୍କ ପରିବାର ଲୋକେ ଜାମିନ ପାଇଁ ଚେଷ୍ଟା ଚଳାଇଥିବା ବେଳେ ଆଜି ତାଙ୍କୁ ସଫଳତା ମିଳିଛି ।

ସୂଚନା ମୁତାବକ, ଏକ ଡେଟିଙ୍ଗ ଆପ୍‌ରେ ଦେଖା ହେବା ପରେ ପୀଡ଼ିତା ଏବଂ କରଣଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା । କିନ୍ତୁ କିଛି ଦିନ ପରେ ପୀଡ଼ିତା କରଣଙ୍କ ଉପରେ ଦୁଷ୍କର୍ମ ଏବଂ ବ୍ଲାକ୍‌ମେଲ କରିବାର ଅଭିଯୋଗ ଆଣିଥିଲେ । ଯାହା ପରେ ପୁଲିସ କରଣଙ୍କୁ ଗିରଫ କରିଥିଲା । ଗିରଫ ହେବାର ମାସକ ପରେ ଏବେ କରଣଙ୍କୁ ଜାମିନ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More