Only for Entertainment

‘ବିବି ନମ୍ବର ୧’କୁ ପୂରା ହେଲା ୨୦ ବର୍ଷ, କରିଶ୍ମା ସଲମାନଙ୍କ ସହିତ ସେୟାର କଲେ ଖାସ ଫଟୋ

Latestly
37

ବଲିଉଡ ଅଭିନେତ୍ରୀ କରିଶ୍ମା କପୁର ଏବେ ଫିଲ୍ମ ଠାରୁ ଦୂରରେ । କିନ୍ତୁ ନିଜ ସମୟରେ ସେ ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି । କରିଶ୍ମା ଫିଲ୍ମ ଠାରୁ ଦୂରରେ ରହିଛନ୍ତି ସତ କିନ୍ତୁ ଆଜି ମଧ୍ୟ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ପାଖରେ ଆକ୍ଟିଭ ଅଛନ୍ତି ।

ନିକଟରେ କରିଶ୍ମା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ସଲମାନ ଖାନଙ୍କ ସହିତ ନଜର ଆସିଛନ୍ତି । ୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘ବିବି ନମ୍ବର ୧’ର ୨୦ ବର୍ଷ ପୂରା ହେବା ଅବସରରେ କରିଶ୍ମା ଦୁଇଟି ଫଟୋ ସେୟାର କରିଛନ୍ତି ।

କରିଶ୍ମା ଫିଲ୍ମର ପୋଷ୍ଟର ସହିତ ସେଟର ରେ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ କରିଶ୍ମା ସଲମାନଙ୍କ ଜୋକରେ ହସୁଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଥିଲେ, ‘ବିବି ନମ୍ବର ୧କୁ ୨୦ ବର୍ଷ ହୋଇଗଲା । ହାୟ ହାୟ ମିର୍ଚି ଉଫ ଉଫ ମିର୍ଚି ଗୀତ ସମୟରେ ସଲମାନଙ୍କ ସହିତ ଜୋକ ସେୟାର କରିଥିଲି ଏବଂ କିଛି ସେକ୍ରେଟ । ସବୁଦିନ ମନେ ରହିବ ।’

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ କରିଶ୍ମା ଫିଲ୍ମ ଠାରୁ ଏବେ ଦୂରେଇ ଯାଇଛନ୍ତି ସତ କିନ୍ତୁ ଖୁବ ଶୀଘ୍ର ସେ ଏକ ୱେବ ସରିଜରେ ନଜର ଆସିବେ । ଏହାର ନାମ ରହିଛି ‘ମେଣ୍ଟାଲହୁଡ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More