Only for Entertainment

ଭିଡ଼ ମଧ୍ୟରେ ଫସିଥିବା କ୍ୟାଟ୍ରିନାଙ୍କ ସହିତ ଫ୍ୟାନ୍ସଙ୍କ ଏଭଳି ବ୍ୟବହାର, ସମ୍ଭାଳିନେଲେ ଅଭିନେତ୍ରୀ ।

51

ଫ୍ୟାନ୍ସମାନେ ସେମାନଙ୍କ ପ୍ରିୟ କଳାକାରଙ୍କୁ ଦେଖିବା ମାତ୍ରେ ଏକ ଫଟୋ କ୍ଲିକ କରିବାକୁ ଇଛା କରିବା ଏକ ସ୍ୱଭାବିକ କଥା, କିନ୍ତୁ ଜବରଦସ୍ତ ଫଟୋ ଉଠାଇବା କେବଳ ଆକ୍ଟର ନୁହଁନ୍ତି ବରଂ ସେମାନଙ୍କ କିଛି ଫ୍ୟାନ୍ସଙ୍କୁ ମଧ୍ୟ ଏହା ପସନ୍ଦ ଆସେନାହିଁ । ଏହିଭଳି ଏକ ଘଟଣା ପୂର୍ବରୁ କ୍ୟାଟ୍ରିନାଙ୍କ ସହିତ ହୋଇଥିଲା, ଯେଉଁଥିରେ ଜଣେ ଫ୍ୟାନ ଜୋର ଜବରଦସ୍ତ ଫଟୋ ଉଠାଇବାକୁ କ୍ୟାଟ୍ରିନାଙ୍କ ନିକଟକୁ ମାଡ଼ି ଆସିଥିଲେ ଏବଂ କ୍ୟାଟ୍ରିନା ସେହି ବ୍ୟକ୍ତିଙ୍କୁ ଖୁବ ଶୁଣାଇଥିଲେ ମଧ୍ୟ । ଏହା ମଧ୍ୟ ଏୟାରପୋର୍ଟରେ ହୋଇଥିଲା । ଏହିଥର ମଧ୍ୟ ସେହିଭଳି କିଛି ସମାନ ଘଟଣା ଦେଖାଦେଇଛି, କିନ୍ତୁ ଏକ ଭିନ୍ନ ଉପାୟରେ କ୍ୟାଟ୍ରିନା ପରିସ୍ଥିତିକୁ ସମ୍ଭାଳି ନେଇଥିବା ଦେଖିବାକୁ ମିଳିଛି ।

 

ବାସ୍ତବରେ କ୍ୟାଟ୍ରିନା ଏୟାରପୋର୍ଟରୁ ବାହାରକୁ ଆସିବା ସମୟରେ କିଛି ଫ୍ୟାନ୍ସ ତାଙ୍କୁ ଘେରି ଯାଇଥିବା ନଜର ଆସିଛି । ସେଲିବ୍ରେଟୀଙ୍କୁ ଦେଖିବା ମାତ୍ରେ ଫ୍ୟାନ୍ସଙ୍କ କ୍ରେଜ୍ ବଢିଯାଏ । କ୍ୟାଟ୍ରିନାଙ୍କ ସହିତ ମଧ୍ୟ କିଛି ସେହିଭଳି ଘଟିଲା । ସେଲ୍ଫି ନେବାପାଇଁ ଫ୍ୟାନ୍ସ ଜିଦି କରୁଥିବା ଦୃଶ୍ୟ ମଧ୍ୟ ନଜର ଆସିଛି । ସେଠାରେ କ୍ୟାଟଙ୍କ ବଡିଗାର୍ଡ଼ ଏବଂ କ୍ୟାଟ ଯେତେ ମନା କଲେ ମଧ୍ୟ ସେମାନେ ଶୁଣିଲେ ନାହିଁ । ପରିସ୍ଥିତି ଦେଖି କ୍ୟାଟ୍ରିନା ସବୁ ସମ୍ଭାଳି ନେଲେ ଏବଂ ଫ୍ୟାନ ସହିତ ଫଟୋ ଉଠାଇଲେ । ଅବଶ୍ୟ ଫଟୋ ଉଠାଇବା ପରେ ଫ୍ୟାନ ଜଣକ ସେଠାରୁ ଚାଲିଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More