Only for Entertainment

ରିଲିଜ ହେଲା କେଦାରନାଥର ଆଉ ଏକ ଗୀତ ‘ଜାଁ ନିଶାର’, ଦେଖିବାକୁ ମିଳିଲା ସୁଶାନ୍ତ ଓ ସାରାଙ୍କ ମଧ୍ୟରେ ଇମୋଶନାଲ କେମେଷ୍ଟ୍ରୀ ।

DNA India
159

ରିଲିଜ ଅପେକ୍ଷାରେ ଥିବା ବଲିଉଡ ଫିଲ୍ମ କେଦାରନାଥର ଆଉ ଏକ ଇମୋସନାଲ ସଂଗ ରିଲିଜ ହେଇଛି । ଗୀତଟିରେ ଫିଲ୍ମର ଲିଡ ଷ୍ଟାର ସୁଶାନ୍ତ ଓ ସାରାଙ୍କ ଏକ ଇମୋସନାଲ ସିନକୁ ସ୍ଥାନ ଦେଇଛନ୍ତି ମେକର । ଏହି ଇମୋସନାଲ ଟ୍ରାକ ନାଁ ରହିଛି ‘ଜାଁ ନିଶାର’ । ଏଥିରେ ଫିଲ୍ମର ଲିଡ ଷ୍ଟାର ସୁଶାନ୍ତ ଓ ସାରାଙ୍କ ଏକ ଇମୋସନାଲ କାହାଣୀକୁ ସ୍ଥାନ ଦେଇଛନ୍ତି ମେକର । ଗୀତଟି ସୁଶାନ୍ତ ଓ ସାରାଙ୍କ ଭଲପାଇବା ଉପରେ ପ୍ରସ୍ତୁତ କରାଯାଇଥିବା ବେଳେ ସେମାନଙ୍କ ଭିତରେ ସୃଷ୍ଟି ହେଇଥିବା ଦୂରତାକୁ ଏହି ଗୀତ ମାଧ୍ୟମରେ ଦର୍ଶାଯାଇଛି ।

ଏହି ଇମୋସନାଲ ଗୀତକୁ ବଲିଉଡର ଲୋକପ୍ର୍ରିୟ କଣ୍ଠଶିଳ୍ପୀ ଅରଜିତ ସିଂ ଗାଇଥିବା ବେଳେ ଏହାର ସଂଗୀତର ଭାର ତୁଲାଇଛନ୍ତି ଅମିତ ତ୍ରିବେଦୀ । ଏହି ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । କେଦାରନାଥ ରିଲିଜକୁ ଆଉ କିଛି ଦିନ ବାକି ରହିଛି । ଏକ ସତ୍ୟ କହାଣୀ ଉପରେ ଆଧାରିତ ହେଈଥିବା ଫିଲ୍ମ କେଦାରନାଥର ଗୋଟିଏ ପରେ ଗୋଟେ ଗୀତକୁ ରିଲିଜ କରିଚାଲିଛନ୍ତି ମେକର । ପ୍ରଥମେ ଏହାର ଟ୍ରେଲର ଓ ତାପରେ ଏହାର ଗୀତ ଗୁଡିକୁ ରିଲିଜ କରାଯାଉଛି ଯାହା ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି । ଗୀତ ଗୁଡିକ ଯେତିକି ମନଛୁଆଁ ହେଇଛି ଫିଲ୍ମଟି ମଧ୍ୟ ସେମିତି ହେବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More