Only for Entertainment

ବାସ୍ତୁ ଦୋଷ ଦୂର କରିବାରେ ସାହାଯ୍ୟ କରେ ଲୁଣ !

www.salinetherapy.com
0 105

ବାସ୍ତୁ ଶାସ୍ତ୍ରରେ ଅନେକ ଏଭଳି ଜିନିଷ ରହିଛି ଯାହା ମନୁଷ୍ୟ ଜୀବନରୁ ନକାରାତ୍ମକ ଭାବନାକୁ ବାହାର କରି ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ । ସେଥିମଧ୍ୟରୁ ଗୋଟେ ହେଉଛି ଲୁଣ ଯାହାକୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏକ ଅଦ୍ଭୁତ ଶକ୍ତି ପ୍ରଦାନ କରାଯାଇଛି । ଲୁଣ ଦ୍ୱାରା କେବଳ ଘରେ ସକାରାତ୍ମକ ଭାବନା ଆସିନଥାଏ ବରଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଲୁଣ ସହ ଜଡିତ ଏଭଳି ଅନେକ ଉପାୟ ଯାହା ସାହାଯ୍ୟରେ ଆପଣ ଚିନ୍ତା ମୁକ୍ତ ହୋଇପାରିବେ ।
ରୋଗରୁ ମିଳିଥାଏ ମୁକ୍ତି :
ଯଦି ଘରର କୌଣସି ବ୍ୟକ୍ତି ଅତ୍ୟଧିକ ବେମାର ଅଛନ୍ତି, ତେବେ ତାଙ୍କ କକ୍ଷରେ ତମ୍ବା ପାତ୍ରରେ ଲୁଣ ଭର୍ତ୍ତି କରି ରଖନ୍ତୁ । ଏହାଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ ।

ଘର-ଦୋକାନରେ ଶୁଭ ପ୍ରାପ୍ତି ହେତୁ :
ଲୁଣକୁ ନାଲି ରଂଗର କପଡାରେ ବାନ୍ଧି ମୁଖ୍ୟ ଦ୍ୱାରରେ ଝୁଲାଇବା ଦ୍ୱାରା କାହାର ଖରାପ ନଜର ଲାଗିବନି ଏବଂ ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ବ୍ୟାପାରରେ ଉନ୍ନତି ହେତୁ :
ଯଦି ଲଗାତାର ବ୍ୟାପାରରେ କ୍ଷତି ସହୁଛନ୍ତି ତେବେ ଆପଣଙ୍କ ଟଙ୍କା ଥିବା ଆଲମାରୀ ପାଖେ ଏକ ନାଲି କପଡାରେ ଲୁଣ ପୁରାଇ ବାନ୍ଧି ଓହଳାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଉନ୍ନତି ଅବଶ୍ୟ ହେବ ।

ଡରକୁ ଦୂରେଇବା ପାଇଁ :
ଯଦି କୌଣସି ବ୍ୟକ୍ତିଙ୍କୁ କୌଣସି ପ୍ର୍କାରର ଭୟ ଡରାଉଛି । ତେବେ ଏକ କାଚ ପାତ୍ରରେ ଲୁଣ ରଖି କୌଣସି ସ୍ଥାନରେ କୋଣରେ ରଖିଦିଅନ୍ତୁ ଏହାଦ୍ୱାରା ନକାରାତ୍ମକ ଶକ୍ତି ପାଖ ପଶି ପାରିବ ନାହିଁ ।

ସ୍ନାନ କରୁଥିବା ପାଣିରେ :
ଘରର ସଦସ୍ୟ ଗାଧୋଇବା ପୂର୍ବରୁ ପାଣିରେ ଅଳ୍ପ ଲୁଣ ପକାନ୍ତୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ ଏବଂ ସମସ୍ତ କାର୍ଯ୍ୟ ଭଲ ଭାବେ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More