Only for Entertainment

ରାଗରେ ଆସି କିୟାରା ଆଡଭାଣୀ ନିଜର କାଟିଲେ କେଶ, ଭିଡିଓ ଦେଖି ଫ୍ୟାନ୍ସମାନେ ହେଲେ ଚିନ୍ତିତ !

43

ସୋସିଆଲ ମିଡିଆ ଆଜିର ସମୟରେ ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଭାବନାକୁ ପରିପ୍ରକାଶ କରନ୍ତି ଏବଂ ନିଜ ଜୀବନ ବିଷୟରେ କହିଥାଆନ୍ତି । ବଲିଉଡ ଅଭିନେତ୍ରୀ କିୟାରା ଆଡଭାଣୀ ମଧ୍ୟ ସୋସିଆଲ ମିଡିଆରେ ନିଜ ଭାବନାକୁ ଶେୟାର କରିଛନ୍ତି । କିୟାରା ନିଜ ଭାବନାକୁ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଛନ୍ତି । ଅସଲରେ କିୟାରା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ।

ଏହି ଭିଡିଓରେ ସେ ରାପ କରୁଥିବାର ନଜର ଆସିଛନ୍ତି । ଏହାସହ ନିଜ ଲମ୍ବା କେଶକୁ କାଟୁଥିବାର ନଜର ଆସିଛନ୍ତି । ଭିଡିଓରେ କିୟାରା ନିଜ ବ୍ୟସ୍ତ ଲାଇଫ ଷ୍ଟାଇଲ ବିଷୟରେ କହିଛନ୍ତି ଏବଂ ଏତେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଯେ ସେ ନିଜ କେଶକୁ କାଟି ପକାଇଛନ୍ତି ।

 

View this post on Instagram

 

Guilty as charged!!! Just had to chop it off, been neglecting proper hair care for too long and thought this was the only solution ✂️?

A post shared by KIARA (@kiaraaliaadvani) on

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଖୁବଶୀଘ୍ର କିୟାରା ଶାହିଦ କପୁରଙ୍କ ସହ ‘କବୀର ସିଂ’ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ୨୧ଜୁନରେ ରିଲିଜ ହେବ । ଏହାବ୍ୟତୀତ ସେ ଅକ୍ଷୟ କୁମାର ଏବଂ କରୀନା କପୂରଙ୍କ ଫିଲ୍ମ ‘ଗୁଡନ୍ୟୁଜ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More