Only for Entertainment

କିଛି ଏଭଳି ପ୍ରମୋଶନ କରୁଛନ୍ତି ‘କବୀର ସିଂ’ ହିରୋଇନ, କିସିଂ ସିନ ଲାଗିଲା ନର୍ମାଲ !

37

ଅଭିନେତ୍ରୀ କିୟାରା ଆଡଭାଣୀ ଙ୍କ ଫିଲ୍ମ ‘କବୀର ସିଂ’୨୧ଜୁନରେ ସିନେମାଘରେ ରିଲିଜ ହେବାକୁ ଯାଉଛି । କିୟାରା ଫିଲ୍ମ ପ୍ରମୋସନ ପାଇଁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । କିୟାରା ୨୦୧୪ରେ ବଲିଉଡରେ ଡେବ୍ୟୁ କରିଥିଲେ, କିନ୍ତୁ ପ୍ରଥମ ଥର ସେ କୌଣସି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

କିୟାରା ୨୦୧୪ରେ ଫଗଲି ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରେ ସୁପରହିଟ ଫିଲ୍ମ ‘ଏମଏସ ଧୋନି, ଦ ଅନଟୋଲ୍ଡ ଷ୍ଟୋରୀ’ରେ ସାକ୍ଷୀ ଭୂମିକାରେ ନଜର ଆସିଥିଲେ । କବୀର ସିଂରେ କିୟାରା ଏବଂ ଅଭିନେତା ଶାହିଦ କପୂରଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ଦେଖିବାକୁ ମିଳିବ । ଫିଲ୍ମରେ ଥିବା କିସ ସିନକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ଫିଲ୍ମର ଗୀତ ଏବଂ ଟ୍ରେଲରରେ ଦୁହିଁ କେମେଷ୍ଟ୍ରି ଲୋକମାନେ ଖୁବ ପ୍ରଶଂସା କରିଛନ୍ତି ।
କିୟାରାଙ୍କ କହିବା ମୁତାବକ ଶାହିଦଙ୍କ ସହ ତାଙ୍କ ଯୋଡି ଲୋକମାନେ ପସନ୍ଦ କରୁଛନ୍ତି ତାହା ତାଙ୍କ ପାଇଁ ବହୁତ ବଡ କଥା । ଏଭଳି କେମେଷ୍ଟ୍ରି ଦେଖାଇବେ ପାଇଁ ତାଙ୍କୁ କୌଣସି ପରିଶ୍ରମ କରିବାକୁ ପଡିନଥିଲା ଏବଂ ଏସବୁ ନର୍ମାଲ ଥିଲା ।
ଏହାପରେ କିୟାରା ଶେୟାର କରିଛନ୍ତି ଯେ ସେ ମଧ୍ୟ କାହାକୁ ଭଲ ପାଉଥିଲେ ଏବଂ ତାଙ୍କର ବ୍ରେକଅପ ହୋଇଯାଇଥିଲା । ଏଭଳି କଷ୍ଟରୁ ବାହାରିବା ପାଇଁ କିୟାରା ମଧ୍ୟ ଅନେକ ପରିଶ୍ରମ କରିଥିଲେ ବୋଲି ସେ କହିଛନ୍ତି । ମାତ୍ର ଏବେ ସେ କୌଣସି ପ୍ରକାର ରିଲେସନସିପରେ ନଥିବା କହିଛନ୍ତି କିୟାରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More