ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ’ର ସୁଟିଂ ଆରମ୍ଭ, ଫିଲ୍ମ ଟିମ ସହିତ ଯୋଡ଼ି ହେଲେ କିୟାରା ।
ଅକ୍ଷୟ କୁମାର ଶେଷ ଥର ଫିଲ୍ମ କେଶରୀରେ ନଜର ଆସିଥିଲେ । ଏହା ବକ୍ସ ଅଫିସରେ ହିଟ ମଧ୍ୟ ହେଲା । ଏବେ ଅକ୍ଷୟ ଲକ୍ଷ୍ମୀ ବମ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ୨୦୧୧ରେ ଆସିଥିବା ତାମିଲ ଫିଲ୍ମ ମୁନି ଟୁ: କଂଚନାର ହୀନ୍ଦୀ ରିମେକ । ଏବେ ଫିଲ୍ମର ଟିମ ସହିତ ଯୋଡ଼ି ହୋଇ ଯାଇଛନ୍ତି ଅଭିନେତ୍ରୀ କିୟାରା ଆଡ଼ବାଣି । ଏହାର ସୂଚନା ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଜଣାଇଛନ୍ତି ।
କିୟାରା ଇଂଷ୍ଟାଗ୍ରାମରେ ଫଟୋ ଶେୟାର କରି କ୍ୟାପ୍ସନରେ ଲେଖବଛନ୍ତି ଜର୍ନି ଆରମ୍ଭ ହୋଇସାରିଛି । କିୟାରା କ୍ଲିପବୋର୍ଡ଼ ଧରିଥିବାର ନଜର ଆସିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମରେ କିୟାରା ଅକ୍ଷୟଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ଏବଂ ଅକ୍ଷୟଙ୍କ ଚରିତ୍ରରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ଫ୍ୟାନ ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କୁ ଭିନ୍ନ ଅବତାରରେ ଦେଖିବା ପାଇଁ ଉତ୍ସୁକ ।