ସୁଟିଂ ସେଟରେ ଚେତାଶୂନ୍ୟ ହୋଇଗଲେ ଦୀପିକା କକ୍କର ।
ଟେଲିଭିଜନ ଅଭିନେତ୍ରୀ ଏବଂ ବିଗବସ ୧୨ର ବିଜୟିନୀ ଦୀପିକା କକ୍କର ଏବେ ନୂଆ ଶୋ ପାନୀପୁରୀର ସୁଟିଂ କରୁଛନ୍ତି । କିନ୍ତୁ ଶନିବାରକୁ ସୁଟିଂ ସମୟରେ ଦୀପିକା ଚେତାଶୂନ୍ୟ ହୋଇଗଲେ । ତାଙ୍କର ଏକ ଫଟୋ ଶୋ ପ୍ରଯୋଜକ ଶେୟାର କରିଛନ୍ତି । ଶୋ’ର ପ୍ରଯୋଜକ ହେଉଛନ୍ତି ସନ୍ଦୀପ ସିକନ୍ଦ ।
ଫଟୋ ଶେୟାର କରି ସନ୍ଦୀପ କ୍ୟାପ୍ସନରେ ଲେଖିଛନ୍ତି ହିରୋଇନ ତ ଚେତାଶୂନ୍ୟ ହୋଇଗଲା । ଏଥିରୁ ଅନୁମାନ କରାଯାଉଛି ସୁଟିଂ ସମୟରେ ଏଭଳି ଘଟଣା ଘଟିଛି ।
ଦୀପିକାଙ୍କପତି ସୋଏବ ଦୀପିକା ଠିକ ଥିବା କଥା ଇଂଷ୍ଟାଗ୍ରାମରେ ଜଣାଇଛନ୍ତି । ଏହା ସହିତ କ୍ୟାପ୍ସନରେ ଲେଖିଛନ୍ତି ମୋ ରୋଗୀଣା ପିଲା ଠିକ ହୋଇଗଲା । ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।