‘କବିର ସିଂ’ ଏବଂ ‘ଗୁଡ ନ୍ୟୁଜ’ ପରେ କିଆରାଙ୍କ ହାତରେ ଲାଗିଲା ଆଉ ଏକ ବଡ ଫିଲ୍ମ, ‘ଇନ୍ଦୁ କି ଜବାନୀ’ରେ ଦମଦାର ଭୂମିକାରେ ଆସିବେ ନଜର
ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ଏବେ ନିଜର ଆଗାମୀ ଫିଲ୍ମ ‘କବିର ସିଂ’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଅଭିନେତା ସାହିଦ କପୁରଙ୍କ ସହିତ ନଜର ଆସିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସେ ଅଭିନେତା ସାଦିଦ କପୁରଙ୍କ ସହିତ ସ୍କ୍ରିନ ସେୟାର କରିବେ । ଏହି ଫିଲ୍ମ ୨୧ ଜୁନରେ ରିଲିଜ ହେବ । ଏବେ କିଆରାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।
ଆଜ୍ଞା ହଁ , କିଆରା ଆଡଭାଣୀ ଖୁବ ଶୀଘ୍ର ବଙ୍ଗାଳୀ ରାଇଟର ଫିଲ୍ମ ମେକର ଅବିର ସେନଗୁପ୍ତାଙ୍କ ଆଗାମୀ ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ । ମେକର୍ସ ଏହି ଫିଲ୍ମ ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରି ସାରିଛନ୍ତି । ଏହି ଫିଲ୍ମର ଟାଇଟଲ ରହିଛି ‘ଇନ୍ଦୁ କି ଜବାନୀ’ । ଫିଲ୍ମରେ କିଆରା ଆଡଭାଣୀ ଗାଜିଆବାଦର ଝିଅ ଇନ୍ଦୁ ଗୁପ୍ତା ଭୂମିକାରେ ନଜର ଆସିବେ । ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହି ଫିଲ୍ମକୁ ନିଖିଲ ଆଡଭାଣୀ, ନିରଜଂନ ଅୟହ୍ଗର ଏବଂ ରାୟନ ଷ୍ଟିଫେନ ମିଳିତ ଭାବେ ପ୍ରଡ୍ୟୁସ କରିବେ ।