Only for Entertainment

ଜାଣନ୍ତୁ ‘S’ ନାମଧାରୀ ବ୍ୟକ୍ତିଙ୍କ ସ୍ୱଭାବ ।

peepingmoon
0 127

ସାରା ବିଶ୍ୱ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରନ୍ତି । ବିଶ୍ୱ ତୁଳନାରେ ଭାରତରେ ଲୋକମାନେ ଅଧିକ ଭରସା କରନ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ । ଭାରତରେ ରାଶି ଓ ନାମକୁ ଅଧିକ ଗୁରୁତ୍ୱ ଦିଆଯାଏ। ସେଥିପାଇଁ କୁହାଯାଇଥାଏ, ବ୍ୟକ୍ତିର ନାମରେ କିଛି ନା କିଛି ଅର୍ଥ ରହିଛି ଓ ବ୍ୟକ୍ତିର ନାଁରୁ ବ୍ୟକ୍ତିତ୍ୱ ଜାଣିହୁଏ। ସେଥିପାଇଁ ଆଜିକାଲି ଲୋକ ନିଜ ଶିଶୁର ନାମକରଣ ଭାବିଚିନ୍ତି କରୁଛନ୍ତି। ତାହାହେଲେ ଆସନ୍ତୁ ଜାଣିବା ଯେଉଁମାନଙ୍କ ନାଁର ପ୍ରଥମ ଅକ୍ଷର ଇଂରାଜୀ ଏସ୍ ରୁ ଆରମ୍ଭ ହୋଇଥାଏ ସେମାନଙ୍କ ବ୍ୟକ୍ତିତ୍ୱ କିପରି ହୋଇଥାଏ।

ପ୍ରବଳ ପରିଶ୍ରମୀ
ଏସ୍ ଇଂରାଜୀ ବର୍ଣ୍ଣମାଳାରେ ୧୯ ନମ୍ବର ଅକ୍ଷର। ଏସ୍ ନାମର ବ୍ୟକ୍ତି ଅଧିକ ପରିଶ୍ରମୀ । ଏହି ନାମର ବ୍ୟକ୍ତି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଧିକ ପରିଶ୍ରମ କରିଥାନ୍ତି। ଏମାନେ ବୁଦ୍ଧିମାନ ହୋଇଥାଆନ୍ତି।

ଦେଖିବାକୁ ବହୁତ ସୁନ୍ଦର
ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ। ଏମାନେ ସାମ୍ନା ଲୋକଙ୍କୁ କଥାରେ ପ୍ରଭାବିତ କରିପାରନ୍ତି। ଏହି ସବୁ ଲକ୍ଷଣ ବିଶେଷ କରି ଝିଅମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ।

ପ୍ରଭାବଶାଳୀ
ଯେଉଁମାନଙ୍କ ବ୍ୟକ୍ତିଙ୍କ ନାମ ଏସ୍ ରୁ ଆରମ୍ଭ ହୋଇଥାଏ ସେମାନେ ଖୋଲାହୃଦୟର ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏମାନେ ରାଗି ଯାଆନ୍ତି। ତେବେ ଏମାନେ ବହୁତ ପ୍ରଭାବଶାଳୀ ହୋଇଥାଆନ୍ତି।

ପ୍ରେମ ମାମଲାରେ ଭାରି ଗମ୍ଭୀର
ଏମାନେ ପ୍ରେମକୁ ନେଇ ବହୁତ ଗମ୍ଭୀର। ନିଜ କଥାକୁ ଗୁରୁତ୍ୱ ଦିଅନ୍ତି। ଏହି କାରଣରୁ ଏମାନଙ୍କ ବୈବାହିକ ଜୀବନରେ ତାଳମେଳ ରହେ ନାହିଁ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More