Only for Entertainment

କେବିସିରେ ଦିଆଯାଉଥିବା ଟଙ୍କାକୁ ନେଇ ଆସିଲା ବଡ଼ ସତ୍ୟ,ଯାହା ଦେଖାନ୍ତି ତାହା ବାସ୍ତବରେ ଘଟିନଥାଏ ।

youtube
46

ଲୋକପ୍ରିୟ ରିଆଲିଟି ଶୋ କେବିସି ୧୦ ଏବେ ଶେଷ ହେବାକୁ ଯାଉଛି । ଯଦିଓ ନଭେମ୍ବର ୨୩ରେ ଏହି ଶୋ ଶେଷ ହେବ ତଥାପି ଏପର୍ଯ୍ୟନ୍ତ କେହି ୧ କୋଟି ଟଙ୍କା ଜିତି ନାହାଁନ୍ତି ।ଏହି ମଧ୍ୟରେ ଏକ ବଡ଼ କଥା ସାମ୍ନାକୁ ଆସିଛି ଯାହା ଆପଣମାନେ କେବେ ମଧ୍ୟ ଜାଣିନଥିବେ ।

ସୂଚନା ମୁତାବକ, ପ୍ରଶ୍ନ-ଉତ୍ତରର ଖେଳ ମଧ୍ୟରେ ବିଜେତାଙ୍କୁ  ବିଗ୍‌ ବି ଅମିତାଭ ବଚ୍ଚନ ନିଜର ହସ୍ତାକ୍ଷର କରି ଯେଉଁ ଚେକ୍‌ ଦେଇଥାନ୍ତି ତାହା ନକଲି ହୋଇଥାଏ । ଏହି ଚେକ୍‌ଗୁଡ଼ିକ ସୋ’ ପରେ ବିଜେତାମାନଙ୍କଠାରୁ ନିଆଯାଇ ଜାଳି ଦିଆଯାଇଥାଏ । ଚେକ୍‌ ସହ ବିଗ୍‌ ବି ପ୍ରତିଯୋଗୀଙ୍କ ବ୍ୟାଙ୍କ ଖାତାକୁ ନିଜ ମୋବାଇଲରୁ ଟଙ୍କା ପଠାଉଥିବାର ମଧ୍ୟ ସୋ’ ଚାଲୁଥିବା ସମୟରେ ଦେଖାଯାଇଥାଏ । କିନ୍ତୁ ପ୍ରକୃତରେ ଏହା କେବଳ ଆକ୍ସିସ୍‌ ବା ଅନ୍ୟ କୌଣସି ବ୍ୟାଙ୍କର ପ୍ରମୋସନ କରିବା ପାଇଁ କରାଯାଇଥାଏ । ଏଥିରେ କୌଣସି ସତ୍ୟତା ନଥାଏ । ଅନ୍ୟ ପକ୍ଷରେ ଯେଉଁ ପ୍ରତିଯୋଗୀ ଏକ କୋଟି ଟଙ୍କା ଜିତନ୍ତି ସେମାନେ ଜିତିଥିବା ଟଙ୍କାରୁ ୪୦ପ୍ରତିଶତ ଟଙ୍କା ଟ୍ୟାକ୍ସ ଆକାରରେ କାଟିବା ପରେ ବାକି ବଞ୍ଚୁଥିବା ଟଙ୍କାକୁ ପ୍ରତିଯୋଗୀମାନଙ୍କୁ ଦିଆଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More