Only for Entertainment

ଖାଇବା ପରେ ଏହି ସମସ୍ତ କାର୍ଯ୍ୟ କଲେ ବଢିଥାଏ ଆଶଙ୍କା,ସଜାଗ ରୁହନ୍ତୁ ।

aab-edu.net
21

ଆଜିର ଦିନରେ ପ୍ରଦୂଷଣ ଯେତେ ମାତ୍ରାରେ ବଢିଛି ସମସ୍ୟା ସେହି ମାତ୍ରାରେ ବଢିବାରେ ଲାଗିଛି । ତେଣୁ ସୁସ୍ଥ ଜୀବନ ସମସ୍ତେ ଚାହାଁନ୍ତି । ତେବେ ଆପଣ ଜାଣନ୍ତିକି କେବଳ ଯେ ପ୍ରଦୂଷଣ ଶରୀରକୁ କ୍ଷତି ପହଂଚାଇଥାଏ ତାହା ନୁହେଁ ବରଂ ଏଭଳି ଅନ୍ୟ କିଛି କାରଣ ରହିଛି ଯାହା ଦ୍ୱାରା ଶରୀରକୁ କ୍ଷତି ପହଂଚିଥାଏ ।ଆସନ୍ତୁ ଆଲୋଚନା କରିବା ।

 

୧.ଧୂମପାନ: ବୈଜ୍ଞାନିକଙ୍କ ମତରେ ଖାଇବା ପରେ ସିଗାରେଟ୍ ଟାଣିବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହା ପୂରା ଶରୀରକୁ କ୍ଷତି ପହଞ୍ଚାଏ।
ଏକାଥରକେ ୧୦ଟି ସିଗାରେଟ୍ ପିଇଲେ ଯେତିକି କ୍ଷତି ହୁଏ, ଏକ ମିଲ୍ ଖାଇ ସାରିବା ପରେ ଗୋଟିଏ ସିଗାରେଟ୍ ଟାଣିଲେ ସେତିକି କ୍ଷତି ହୋଇଥାଏ। ଖାଇବା ପରେ ସିଗାରେଟ୍ ଟାଣିଲେ ପାକସ୍ଥଳୀ ଓ ଫୁସ୍ଫୁସ୍ କ୍ୟାନ୍ସର୍ ହେବାର ଆଶଙ୍କା ବଢ଼ିଯାଏ।

୨.ଚା’ ଏବଂ କଫି: ଯଦି ଆପଣ ଖାଇବା ପରେ ବିଶେଷ କରି ରାତ୍ରିଭୋଜନ ପରେ ଚା’ ପିଉଛନ୍ତି, ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ଚା’ ଓ କଫିରେ ଟେନିନ୍ ନାମକ ଏକ କେମିକାଲ୍ ରହିଛି, ଯାହା ଶରୀରକୁ ଲୌହ ଅଂଶ ଅବଶୋଷଣ କରିବାକୁ ଦେଇ ନଥାଏ ବା ଏଥିରେ ବାଧା ଦେଇଥାଏ।

୩.ଫଳ: ଫଳ ଶରୀର ପାଇଁ ଭଲ ବୋଲି କୁହାଯାଇଥାଏ, ମାତ୍ର ମଧ୍ୟାହ୍ନ ଅବା ରାତ୍ରି ଭୋଜନ ପରେ ଏହାକୁ ଖାଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଗରିଷ୍ଠ ଖାଦ୍ୟ ଖାଇବା ପରେ ଯଦି ଆପଣ ଫଳ ଖାଉଛନ୍ତି, ତେବେ ଏହା ଅନ୍ୟ ଖାଦ୍ୟ ପଦାର୍ଥ ସହିତ ମିଶି ପେଟରେ ରହିଥାଏ। ପାକସ୍ଥଳୀରେ ଏହା ଅଧିକ ସମୟ ରହିବା ସହିତ ଅମ୍ଳ ଅଂଶ ସୃଷ୍ଟି କରି ପଚିବା ଆରମ୍ଭ କରିଥାଏ।
ଶରୀରରେ ଅମ୍ଳ ଅଂଶ ରହିଲେ, ଖାଦ୍ୟ ଠିକ୍ ଭାବେ ହଜମ ହୁଏ ନାହିଁ ଓ ଗ୍ୟାସ୍ ଏବଂ ଛାତି ଜଳାପୋଡ଼ା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

୪.ଶୋଇବା: ଅନେକ ସମୟରେ ଆପଣ ଶୁଣିଥିବେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ଭଲ ନୁହେଁ। ଏହା ଠିକ୍ କଥା। ବିଶେଷଜ୍ଞଙ୍କ ମତରେ ଖାଇ ସାରି ସଙ୍ଗେସଙ୍ଗେ ଶୋଇଲେ ଶରୀରରେ ହଜମ ପ୍ରକ୍ରିୟା ପ୍ରଭାବିତ ହେବା ସହିତ ଓଜନ ବଢ଼ିବା ଏବଂ ହୃଦ୍ଘାତ ପରି ସମସ୍ୟା ସୃଷ୍ଟି ହୋଇଥାଏ।

 

୫.ଗାଧୋଇବା: ଖାଇବା ପରେ ଗାଧୋଇବାକୁ ମନା କରାଯାଏ। କାରଣ ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ବାଧା ସୃଷ୍ଟି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More