Only for Entertainment

କରଣ ଜୋହର ବନାଇଲେ କୁଛ କୁଛ ହୋତା ହେ୨’ର ଯୋଜନା, ରଣବୀର କପୂରଙ୍କ ବିପକ୍ଷରେ ନଜର ଆସିପାରନ୍ତି ଜାହ୍ନବୀ !

timesnow
0 31

ଫିଲ୍ମ ନିର୍ମାତା କରଣ ଜୋହରଙ୍କ କହିବା ମୁତାବକ ଯଦି କେବେ ‘କୁଛ କୁଛ ହୋତା ହେ୨’ପ୍ରସ୍ତୁତ କରନ୍ତି ତେବେ ଏଥିରେ ସେ ରଣବୀର କପୂର, ଆଲିୟା ଭଟ୍ଟ ଏବଂ ଜାହ୍ନବୀ କପୂରଙ୍କୁ ନେଇ କାଷ୍ଟ କରିବେ ।

୧୯୯୮ରେ ଆସିଥିବା ଫିଲ୍ମ କୁଛ କୁଛ ହୋତା ହେ’ରୁ କରଣ ଜୋହର ନିଜର ନିର୍ଦ୍ଦେଶକ କ୍ୟାରିଅଣ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ଶାହାରୁଖ ଖାନ, କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କୁ କାଷ୍ଟ କରିଥିଲେ ।

ଇଶ୍କ ୧୦୪.୮ରେ ଚାଲୁଥିବା ଶୋ’ ’କଲିଂ କରଣ ସିଜନ୨’ର ପ୍ରସ୍ତୁତି ବେଳେ ଜଣେ ଶ୍ରୋତା ତାଙ୍କୁ କୁଛ କୁଛ ହୋତା ହେ ରିମେକ ସମ୍ପର୍କରେ ପଚାରିଥିଲେ । ଏହାମଧ୍ୟ ପଚାରିଥିଲେ ଏଥିରେ ସେ କେଉଁ କେଉଁ କଳାକାରଙ୍କୁ ନେଇ ଏହାର ରିମେକ ବନାଇବେ । କରଣ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଯଦି ସେ ‘କୁଛ କୁଛ ହୋତା ହେ’ର ରିମେକ ପ୍ରସ୍ତୁତ କରିବେ ତେବେ ଦେଦ ଆଲିୟା ରଣବୀର ଏବଂ ଜାହ୍ନବୀଙ୍କୁ ନେଇ କାଷ୍ଟ କରିବେ ।

ଆଲିୟାଙ୍କୁ କରଣ ଜୋହର ବଲିଉଡରେ ୨୦୧୨ରେ ଷ୍ଟୁଡେଂଟ ଅଫ ଦ ଇୟର ଜରିଆରେ ଲଂଚ କରାଇଥିଲେ । ଜାହ୍ୱବୀ କପୂର ମଧ୍ୟ କରଣଙ୍କ ଫିଲ୍ମ ଧଡକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେହିଭଳି ରଣବୀର କରଣଙ୍କ ସହ ‘ଏ ଦିଲ ହେ ମୁସକିଲ’ ଏବଂ ‘ୟେ ଜୱାନୀ ହେ ଦିୱାନୀ’ରେ କାମ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More