Only for Entertainment

କୁଛ କୁଛ ହୋତା ହୈର ସେକେଣ୍ଡ ପାର୍ଟ ନିର୍ମାଣ କରିବେ କରଣ ଜୋହର,ଜାଣନ୍ତୁ କିଏ ହେବେ ଷ୍ଟାରକାଷ୍ଟ ।

youtube
0 60

ଆଜି ଠାରୁ ପ୍ରାୟ ୨୦ ବର୍ଷ ପୂର୍ବେ ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘କୁଛ କୁଛ ହୋତା ହୈ’ ରିଲିଜ ହୋଇଥିଲା । ଫିଲ୍ମ ବକ୍ସ ଅଫିସାରେ ସାନଦାର ଇନକମ କରିବା ସହିତ ଖୁବ ସଫଳତା ମଧ୍ୟ ହାସଲ କରିଥିଲା । ଫିଲ୍ମକୁ ଦର୍ଶକଙ୍କର ଖୁବ ଭଲପାଇବା ମିଳିଥିଲା । ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କରଣ ଜୋହର । ଫିଲ୍ମରେ ରିମେକକୁ ନେଇ ପ୍ରଶ୍ନ କରାଯିବାରୁ କରଣ ଏହାର ଷ୍ଟାରକାଷ୍ଟଙ୍କ ବିଷୟରେ କହିଲେ ।

ନିର୍ମାତା କରଣ ଜୋହର କହିଛନ୍ତିଯେ ଯଦି ସେ କେବେ ଫିଲ୍ମର ରିମେକ ନିର୍ମାଣ କରିବେ ତେବେ ସେ ରଣବୀର କପୁର,ଆଲିୟା ଭଟ୍ଟ ଏବଂ ଜାହ୍ନବୀ କପୁରଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବେ । ୧୯୯୮ରେ ଏହି ଫିଲ୍ମରେ କରଣ ନିର୍ଦ୍ଦେଶକ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ ।

ଜାହ୍ନବୀଙ୍କ ଫିଲ୍ମ କ୍ୟାରିଅର କରଣ ଜୋହରଙ୍କ ଫିଲ୍ମ ଧଡ଼କରୁ ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ଆଳିୟା ଭଟ୍ଟ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର’ରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି ଏବଂ ରଣବୀର କପୁର ମଧ୍ୟ କରଣଙ୍କ ଦୁଇ ଦୁଇଟି ଫିଲ୍ମ ଯେପରି ଏ ଦିଲ ହୈ ମୁସ୍କିଲ ଏବଂ ୟେ ଜୱାନୀ ହୈ ଦିୱାନୀରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More