Only for Entertainment

କାର୍ତ୍ତିକ ଲୁକାଛୁପିରେ ଭାଙ୍ଗିଲେ ନିଜ ରେକର୍ଡ଼, ବକ୍ସ ଅଫିସରେ ଏତେ ଟଙ୍କା!

22

କାର୍ତ୍ତିକ ଆର‌୍ୟନ ଏବଂ କୃତି ସାନନଙ୍କ ଅଭିନୀତ ଫିଲ୍ମ ଲୁକାଛୁପି ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଏହି ରୋମାଂଟିକ କମେଡ଼ି ଡ୍ରାମାରେ ମଜା ମସ୍ତୀ ସହିତ କିଛି ଖାସ ବାର୍ତ୍ତା ମଧ୍ୟ ଲୁଚି ରହିଛି । ଯାହା ସିନେମା ଘରେ ଫିଲ୍ମ ଦେଖିବା ପରେ ହିଁ ଜଣାପଡ଼ିବ । ଏହି ମଧ୍ୟରେ ଫିଲ୍ମ ଦେଖିବା ପାଇଁ ଖୁବ ଭିଡ଼ ଜମୁଛି । ଫିଲ୍ମ ଅପନିଙ୍ଗ ଦିନ ୮.୦୧ କୋଟିର ବାଣିଜ୍ୟ କରି ସାରିଛି । ତେବେ ଯଦିଓ ଆଶା କରାଯାଉଥିଲା ଫିଲ୍ମ ପ୍ରଥମ ଦିନରେ ପ୍ରାୟ ୫ କୋଟିର ବାଣିଜ୍ୟ କରିପାରେ ତଥାପି ଆଶା ଠାରୁ ଅଧିକ ବାଣିଜ୍ୟ କରିଛି ।

ଫିଲ୍ମ ଲୁକାଛୁପି ସ୍ତ୍ରୀ ଏବଂ ବଧାଇ ହୋ’ର ଓପନିଙ୍ଗ ଠାରୁ ଅଧିକ ଇନକମ କରିଛି । ଏହା କାର୍ତ୍ତିକଙ୍କ ଆର‌୍ୟନଙ୍କ ଟପଓପନର ଫିଲ୍ମ ହୋଇ ସାରିଛି । ଏହା ପୂର୍ବରୁ କାର୍ତ୍ତିକଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ୮ କୋଟିରୁ କମ ଇନକମ କରିଥିଲା ।

ସାରା ଦେଶରେ ଫିଲ୍ମ ୨୧୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଛି । ଓଭରସିଜ ୪୦୭ ଏବଂ ୱାର୍ଲଡ ୱାଇଲଡ ୨୫୦୭ରୁ ଅଧିକ ସ୍କ୍ରିନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More