Only for Entertainment

୧ ବର୍ଷ ପରେ ପୁଣିଥରେ ଶିରିଡ଼ିରେ ହେଲା ଚମତ୍କାର

punjabkesari
165

ପ୍ରତିଥର ଭଳି ଏହିଥର ମଧ୍ୟ ମହାରାଷ୍ଟ୍ର ସ୍ଥିତ ଶିରିଡ଼ିରେ ଚମତ୍କାର ଦେଖିବାକୁ ମିଳିଛି । କହିରଖୁଛୁ ସାଇ ବାବାଙ୍କ ଏହି ସମାଧି ମନ୍ଦିର ବିଶ୍ୱର ସବୁଠାରୁ ଧନୀ ମନ୍ଦିର ମାନଙ୍କ ମଧ୍ୟରୁ ଜଣେ । ଖବର ଅନୁସାରେ ଶିରିଡ଼ିରେ ସ୍ଥାପିତ କାନ୍ଥରେ ଏହି ବର୍ଷ ମଧ୍ୟ ଶିରିଡ଼ି ସାଇ ବାବାଙ୍କ ଆକୃତି ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହାର କିଛି ଫଟୋ ଭାଇରାଲ ହେଉଛି । କେହି କେହି ଏହାକୁ ଆଖିର ଧୋକା କହୁଛନ୍ତି ଏବଂ କେହି କେହି ଏହାକୁ ବାବାଙ୍କ ମହିମା କହୁଛନ୍ତି । କିନ୍ତୁ କହିରଖୁଛୁ ଏହି ଦୃଶ୍ୟ ପ୍ରତି ବର୍ଷ ନଜର ଆସୁଛି । ତେଣୁ ଏହି ଆକୃତିକୁ ଦେଖିବା ପାଇଁ କେହି ମଧ୍ୟ ଉତ୍ସକ ହେବା ସ୍ୱଭାବିକ କଥା ।

ସୋସିଆଲ ମିଡିଆରେ ଶିରିଡ଼ି ମନ୍ଦିରର କାନ୍ଥରେ ସାଇ ବାବାଙ୍କୁ ଦେଖିବାର କଥା ଜଣାଯିବା ପରେ ସେଠାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ପ୍ରତ୍ୟେକ ଏହି କାନ୍ଥକୁ ଦର୍ଶନ କରିବାକୁ ଚାହୁଁଛନ୍ତି । କହିରଖୁଛୁ ଶିରିଡ଼ିରେ ପହଂଚିଥିବା ଲୋକଙ୍କ କହିବା ଅନୁସାରେ ଗୁରୁବାର ବା ୧୧ ଜୁଲାଇ ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଏହି ଛବି ନଜର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More