Only for Entertainment

ମୁମ୍ବାଇ ବିଧାନସଭା ନିର୍ବାଚନ : ଭୋଟ ଦେବା ପାଇଁ ପୋଲିଂ ବୁଥରେ ପହଁଚିଲେ ସେଲିବ୍ରିଟି, ଆମୀର-କିରଣ ରାଓଙ୍କ ସମେତ ନଜର ଆସିଲେ ଏହି ସେଲିବ୍ରିଟି

Hindustan Times
39

ଲୋକସଭା ନିର୍ବାଚନ ପରେ ଏବେ ଦେଶର ଦୁଇଟି ରାଜ୍ୟ ମହାରାଷ୍ଟ୍ର ଏହି ହରିୟାଣାରେ ବିଧାନସଭା ପାଇଁ ଭୋଟ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି । ଏହି ନିର୍ବାଚନରେ ମହାରାଷ୍ଟ୍ରର ୮,୯୭,୨୨,୦୧୯ ଭୋଟର ୩,୨୩୭ ପାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ମହାରାଷ୍ଟ୍ରର ୨୮୮ ବିଧାନସଭା ସିଟ ପାଇଁ ଆଜି ୭ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକେ ଭାରି ମାତ୍ରାରେ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଁଚିଛନ୍ତି ।

ମୁମ୍ବାଇରେ ସାଧାରଣ ଲୋକଙ୍କ ସହିତ ବଲିଉଡ ସେଲିବ୍ରିଟି ମଧ୍ୟ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ପହଁଚିଥିଲେ । ମୁମ୍ବାଇର ଏକ ପୋଲିଂ ବୁଥରେ ଅଭିନେତ୍ରୀ ଲାରା ଦତ୍ତା, ରବି କିଶନଙ୍କ ବ୍ୟତିତ ଆମୀର ଖାନ ଏବଂ ତାଙ୍କ ପତ୍ନୀ କିରଣ ରାଓଙ୍କୁ ଦେଖିବାକୁ ମିଳିଥିଲା । ସେଲିବ୍ରିଟି ମାନେ ଭୋଟ ଦେବା ପରେ ମିଡିଆରେ ପୋଡ ଦେଇଥିଲା । ଅଭିନେତା ଆମୀର ଖାନ ଭୋଟ ଦେବା ପରେ ମିଡିଆ ସହିତ କଥା ବାର୍ତ୍ତା କରି ଲୋକଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ।

ଦେଖନ୍ତୁ ଫଟୋ-

ଏହା ସହିତ କିଙ୍ଗ ଖାନ ଶାହରୁଖ ଖାନ, ଶବାନା ଆଜମୀ ଏବଂ ଜବେଦ ଅଖତର ଆଦି ପୋଲିଂ ବୁଥରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More