Only for Entertainment

ରିଲିଜ ହେଲା ଫିଲ୍ମ ‘ମଲାଲ’ର ଆଉ ଏକ ଗୀତ ‘ଆଇ ଶପଥ’, ଦେଖନ୍ତୁ ଭିଡିଓ

Zee News
36

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ମଲାଲର ଆଉ ଏକ ଗୀତ ‘ଆଇ ଶପଥ’ ମୁକ୍ତିଲାଭ କରିଛି । ଏହି ଗୀତରେ ଫିଲ୍ମର ଲିଡ୍ ମିଜାନ୍ ଓ ଶରମିଣଙ୍କୁ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ମଲାଲ୍ ଜରିଆରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ମିଜାନ୍ ଜାଫ୍ରି ଓ ଶରମିଣ୍ ସେହଗଲ୍ । ଏହି ଗୀତରେ ସ୍ଥାନ ପାଇଛି ନ୍ୟୁ କମର୍ ସିଙ୍ଗରଙ୍କ ଭଏସ୍ । ରୁଦଭିକ୍ ତଲାଶିଲକରଙ୍କ ଆକର୍ଷଣୀୟ ଗାୟିକୀ ଏହି ଗୀତକୁ କରିଛି ଆହୁରି ଖାସ୍ ।

ସଂଜୟ ଲୀଲା ଭଂଶାଲୀଙ୍କ ସଙ୍ଗୀତରେ ଏହି ଗୀତର ଲିରିକ୍ସ ଦେଇଛନ୍ତି ପ୍ରଶାନ୍ତ ଇଂଗୋଲେ । ଚଳଚ୍ଚିତ୍ର ମଲାଲର ପ୍ରଯୋଜନା କରିଛନ୍ତି ସଂଜୟ ଲୀଲା ଭଂଶାଲୀ ଓ ଭୂଷଣ କୁମାର୍ । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ମଙ୍ଗେଶ ହାଡାୱାଲେ । ଏହି ସିନେମାଟି ମୁମ୍ବାଇ ଚଲର ଏକ ସାଧାରଣ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ।

ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ ଶିବା ଓ ଆସ୍ଥା । ପରସ୍ପରଠାରୁ ପୁରା ଭିନ୍ନ । ଶିବା ଗୁଣ୍ଡା ଗର୍ଦି କରିବା, ମାରପିଟ୍ କରିବାରେ ବ୍ୟସ୍ତ । ଆଉ ଆସ୍ଥା, ସାଧାରଣ ଝିଅ ପାଠ ପଢାରେ ଭଲ ଆଉ ସ୍ୱାଭିମାନୀ । ହେଲେ ଯେତେବେଳେ ଏମାନଙ୍କ ଭିତରେ ହୁଏ ଭେଟ, ପ୍ରଥମେ ଟକରାର୍ ପରେ ପ୍ୟାରରେ ପରିଣତ ହୁଏ ଏମାନଙ୍କ ସମ୍ପର୍କ । ଏମିତି ଏକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ମଲାଲ୍ ୨୮ ଜୁନରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More