୧୦ ବର୍ଷ ଚ୍ୟାଲେଂଜରେ ୨୦ ବର୍ଷର ଫଟୋ ଶେୟାର କରି ଟ୍ରୋଲ ହେଲେ ମଲାଇକା ଅରୋରା ।
ମଲାଇକା ଅରୋରା ପୁଣିଥରେ ଟ୍ରୋଲର୍ସଙ୍କ ଶୀକାର ହୋଇଛନ୍ତି । ସୋସିଆଲ ମିଡିଆରେ ଚାଲିଥିବା ୧୦ ବର୍ଷ ଚ୍ୟାଲେଂଜରେ ଏକ ଭୁଲ କରି ଦେଇଛନ୍ତି ଏହି ବଲିଉଡ ବିୟୁଟି । ବାସ୍ତବରେ ଏହି ଚ୍ୟାଲେଂଚରେ ୧୦ ବର୍ଷ ସ୍ଥାନରେ ସେ ୨୦ ବର୍ଷ ଫଟୋ ଶେୟାର କରି ଦେଇଛନ୍ତି । ଫଟୋ ଦେଖିବା ପରେ ଫ୍ୟାନ୍ସ ଟ୍ରୋଲ କରିବା ଆରମ୍ଭ କରିଦେଲେ । କେହି କେହି ମଲାଇକାଙ୍କ ଗଣିତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
View this post on Instagram
My #20yearchallenge…. been an amazing last 20yrs,look forward to the next 20yrs
ମଲାଇକା ଅରୋରା ତାଙ୍କ ସୁପରହିଟ ଗୀତ ଛେୟାଁ ଛେୟାଁର ଫଟୋ ଶେୟାର କରିଛନ୍ତି । ଏହା ସହିତ ସେ ୨୦୧୮ର ଏକ ଖୁବ ସୁନ୍ଦର ଫଟୋ ମଧ୍ୟ ଶେୟାର କରିଛନ୍ତି । ମଲାଇକା ଏହାକୁ ୧୦ ବର୍ଷ ପୁରୁଣା କହିଛନ୍ତି, କିନ୍ତୁ ବାସ୍ତବରେ ଏହା ୨୦ ବର୍ଷ ପୁରୁଣା ।
ମଲାଇକାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଯଦି ଆଲୋଚନା କରିବା ତେବେ ସେ ବର୍ତ୍ତମାନ ଅର୍ଜୁନ କପୁରଙ୍କ ସହିତ ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁଇଜଣ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।
ତେବେ ଏହି କଥାରେ କେତେ ସତ୍ୟତା ରହିଛି ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିବ ।