‘ବୋଲେ ଚୁଡିୟାଁ’ରେ ନବାଜୁଦ୍ଦିନଙ୍କ ସହିତ ରୋମାନ୍ସ କରିବେ ମୌନୀ ରୟ
ଫିଲ୍ମ ‘ବୋଲେ ଚୁଡିୟାଁ’ରେ ଅଭିନେତା ନବାଜୁଦ୍ଦିନ ସିଦ୍ଦିକିଙ୍କ ଅପୋଜିଟରେ କେଉଁ ଅଭିନେତ୍ରୀ ନଜର ଆସିବେ ତାହାକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ସୋମବାର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରାଯାଇଥିଲା ଯେଉଁ ଥିରେ ଅଭିନେତ୍ରୀ ମୌନୀ ରୟ ନବାଜଙ୍କ ସହିତ ନଜର ଆସିଥିଲେ । ଫଟୋ ସେୟାର କରି ମେକର୍ସ ମୌନୀଙ୍କ ବିଷୟରେ ସୂଚନା ଦେଇଥିଲେ । ଏବେ ଫିଲ୍ମରେ ନବାଜଙ୍କ ସହିତ ମୌନୀ ରୋମାନ୍ସ କରିବେ ।
ପୂର୍ବରୁ ଏହି ଫିଲ୍ମ ପାଇଁ ସୋନାକ୍ଷୀ ସିହ୍ନା ଏବଂ ଶ୍ରଦ୍ଧା କପୁରଙ୍କ ନାମ ଶୁଣିବାକୁ ମିଳୁଥିଲା । କିନ୍ତୁ ମେକର୍ସ ଫଟୋ ସେୟାର କରି କର୍ନଫର୍ମ କରିଛନ୍ତି ଯେ, ଫିଲ୍ମରେ ନୁବାଜୁଦ୍ଦିନ ଏବଂ ମୌନୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମରେ ନିର୍ଦ୍ଦେଶନା ଦେବେ ନବାଜୁଦ୍ଦିନଙ୍କ ଭାଇ ଶମ୍ସ ନବାବଜ ସିଦ୍ଦିକି । ଏହା ତାଙ୍କର ଡିରେକ୍ସନାଲ ଡେବ୍ୟୁ ଫିଲ୍ମ ହେବ ।