Only for Entertainment

ଭାଇରାଲ ହେଉଛି ସାଂସଦ ନୁସରତଙ୍କ ବିବାହ ମଣ୍ଡପକୁ ଯିବା ଭିଡ଼ିଓ ।

aajtak
27

ଅଭିନେତ୍ରୀରୁ ସାଂସଦ ହୋଇଥିବା ନୁସରତ ଜହାଁ କୋଲକାତାର ବିଜନେସମ୍ୟାନ ନିଖିଲ ଜୈନଙ୍କ ସହିତ ୧୯ ଜୁନକୁ ତୁର୍କୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ ନୁସରତ ବଧୂ ବେଶରେ ବେଶ ସୁନ୍ଦର ଲାଗୁଛନ୍ତି । ନିଖିଲ ଏବଂ ନୁସରତଙ୍କ କେତେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

ନୁସରତଙ୍କ ବିବାହ ଭିଡ଼ିଓ ନଟିଂବେଲର ଇଂଷ୍ଟାଗ୍ରାମ ପେଜରେ ଶେୟାର କରାଯାଇଛି । ଭିଡ଼ିଓରେ ନୁସରତଙ୍କୁ ତାଙ୍କ ଭାଇ ମଣ୍ଡପ ପର୍ଯ୍ୟନ୍ତ ନେଇ ଯାଉଥିବାର ଦେଖିବାକୁ ମିଳିଛି । ମଣ୍ଡପରେ ଦୁଇଟି ଚେୟାର ପଡ଼ିଛି ଯାହା ଫୁଲରେ ସଜାହୋଇଛି । ନୁସରତ ପହଂଚିବା ମାତ୍ରେ ପରିବାର ଲୋକ ତାଳି ମାରୁଛନ୍ତି । ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ରାମଲୀଲା ଫିଲ୍ମର ଗୀତ ବାଜୁଥିବା ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More