Only for Entertainment

ଛତୁ ପଲଉ ପ୍ରସ୍ତୁତି ପ୍ରଣାଳୀ

raajiskitchen
0 107

ସାମଗ୍ରୀ :

୫୦୦ ଗ୍ରା .   ବାସୁମତୀ   ଚାଉଳ , ୧୦୦ ଗ୍ରା . ଛତୁ , ୨ ଟି ବଡ ପିଆଜ , ୧ ଟି ଛୋଟ କ୍ୟାପସିକମ , ୧ ଛୋଟ ଚାମଚ କଟା ଅଦା , ୪ ଟି   କଟା କଞ୍ଚାଲଙ୍କା , ୭ ଟି ଗୋଟା ଗୋଲମରିଚ , ଅଳ୍ପ ଗୋଲମରିଚ ଗୁଣ୍ଡ , ଗୋଟେ    ଲେମ୍ବୁର   ରସ , ୨ ବଡ ଚାମଚ   ଦେଶୀ ଘିଅ ଏବଂ ଆବଶ୍ୟକ ଅନୁଯାୟୀ   ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :   

ଚାଉଳକୁ ଧୋଇ ପାଣିରେ ୧୦ ମିନିଟ   ବତୁରାଇ ରଖନ୍ତୁ | ଛତୁକୁ ଛୋଟଛୋଟ   କାଟି   ଧୋଇ   ଚିପୁଡିବା ପରେ କଡେଇରେ   ଅଳ୍ପ ତେଲ ଦେଇ ଭାଜି   ରଖନ୍ତୁ । ଡେକଚିରେ ଘିଅ   ଗରମ କରି   କଟା ପିଆଜ , କଟା କଞ୍ଚାଲଙ୍କା , ଗୋଟା ଗୋଲମରିଚ , କଟା ଅଦା ପକାଇ ଅଳ୍ପ ସମୟ   ଭାଜନ୍ତୁ । ଏବେ   କ୍ୟାପସିକମ ଓ ଛତୁ ପକାଇ ଅଳ୍ପ ସମୟ ଭାଜି ଚାଉଳ ପକାନ୍ତୁ । ଭଲଭାବରେ ଗୋଳାଇ   ଚାଉଳର ୨ ଗୁଣା   ପାଣି ,   ଆବଶ୍ୟକ ଅନୁସାରେ ଲୁଣ ପକାଇ ଢାକୁଣୀ ଘୋଡାଇ ଧିମା ଆଞ୍ଚରେ   ଭାତ   ହେବା ଯାଏ ରାନ୍ଧନ୍ତୁ । ଭାତ ଅଧା ହୋଇଗଲେ   ଗୋଲମରିଚ ଗୁଣ୍ଡ ,  ଲେମ୍ବୁରସ   ଓ ଦେଶୀ   ଘିଅ   ପକାଇ ଢାଙ୍କୁଣି   ଘୋଡାଇ ଧିମା ଆଞ୍ଚରେ ୫ ମିନିଟ   ବସାନ୍ତୁ । ଚୁଲିରୁ   ଓହ୍ଲାଇ ଭଲଭାବରେ ଗୋଳାଇ   ପରିବେଷଣ କରନ୍ତୁ ଛତୁ ପଲଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More