Only for Entertainment

ନଚ ବଲିୟେ ୯ : ଏକ୍ସ ବୟଫ୍ରେଣ୍ଡ ସହିତ ଶୋ’ରେ ଏଣ୍ଟ୍ରି ମାରିବେ ସଲମାନ ଖାନଙ୍କ ଏହି ଭଉଣୀ

aajtak
95

ଟିଭିର ବହୁ ଚର୍ଚ୍ଚିତ ସେଲିବ୍ରିଟି ଡ୍ୟାନ୍ସ ରିଅଲିଟି ଶୋ’ ନଚ ବଲିୟେର ଆରମ୍ଭରୁ ହିଁ ଏକ୍ସ କପଲ୍ସ ଛାଇ ରହିଛନ୍ତି । ଶୋ’ରେ କପଲ୍ସଙ୍କ ମଧ୍ୟରେ ଚାଲୁଥିବା ଡ୍ରାମା ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଟିଆରପି ପାଇଁ ଶୋ’ର ଡ୍ରାମାକୁ ବଜାୟ ରଖିବା ପାଇଁ ମେକର୍ସ ଶୋ’ରେ ଜମେ ଏକ୍ସ କପଲଙ୍କ ଏଣ୍ଟ୍ରି କରିବା ପାଇଁ ବିଚାର କରୁଛନ୍ତି ।

 

View this post on Instagram

 

Alexa turn my feelings off✌?️

A post shared by Aashika Bhatia♥️? (@_aashikabhatia_) on

ସ୍ପର୍ଟବୟ ରିପୋର୍ଟ ଅନୁସାରେ, ସଲମାନ ଖାନଙ୍କ ଶୋ’ ନଚ ବଲିୟେ ୯ରେ ଜଣେ ନୂଆ କପଲଙ୍କ ଏଣ୍ଟ୍ରି ହୋଇପାରେ । ସଲମାନ ଖାନଙ୍କ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ରେ ସଲମାନ ଖାନଙ୍କ ଛୋଟ ଭଉଣୀ ଭୂମିକାରେ ନଜର ଆସିଥିବା ଟିକ ଟକ ଷ୍ଟାରା ଆଶିକା ଭାଟିଆଙ୍କ ନାମକୁ ମେକର୍ସ ବିଚାର କରୁଛନ୍ତି । ଯଦି ସବୁକିଛି ଠିକ ରୁହେ ତେବେ ଆଶିକା ଭାଟିଆ ଶୋ’ରେ ଏକ୍ସ ବୟଫ୍ରେଣ୍ଡ ମଞ୍ଜୁଲ ଖଟ୍ଟରଙ୍କ ସହିତ ନଜର ଆସିପାରନ୍ତି ।

 

କହିରଖୁଛୁ ଯେ, ଆଶିକାଙ୍କୁ ଟିଭି ଶୋ’ ପରବରିଶ ଏବଂ କୁଛ ରଙ୍ଗ ପ୍ୟାର କେ ଏସେ ଭିରେ ଦେଖିବାକୁ ମିଳିଥିଲା । ଟିକ ଟକରେ ଆଶିକା ଖୁବ ଫେମସ । ମଞ୍ଜୁଲଙ୍କ ସହିତ ବ୍ରେକଅପ ପରେ ଆଶିକା ଏବେ ଟିକ ଟକ ଷ୍ଟାର ସାତ୍ୱିକ ଙ୍କୁ ଡେଟ କରୁଛନ୍ତି । ସେହିଭଳ ମଂଜୁଲ ମଧ୍ୟ ଟିକ ଟକରେ ଖୁବ ଲୋକପ୍ରିୟ ଏବଂ ସେ ଅନେକ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More