Only for Entertainment

ଫିଲ୍ମ ‘ନବାବଜାଦେ’ର ଆଉ ଏକ ଗୀତ ‘ଅମ୍ମା ଦେଖ୍’ ରିଲିଜ, ଲିଡ କଳାକାରଙ୍କ ସହିତ ନଜର ଆସିଲେ ଶକ୍ତି ମୋହନ ।

Latestly
0 37

ନିର୍ଦ୍ଦେଶକ ରେମୋ ଡିସୁଜା ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ନବାବଜାଦେ’ର ନୂଆ ଗୀତ ‘ଅମ୍ମା ଦେଖ’ ନିକଟରେ ରିଲିଜ ହୋଇଛି । ଗୀତରେ ଫିଲ୍ମର ଲିଡ ଅଭିନେତା ରାଘବ, ପୁନିତ ଏବଂ ଧର୍ମେଶଙ୍କ ସହିତ ଶକ୍ତି ମୋହନ ନଜର ଆସିଛନ୍ତି । ଏହି ଗୀତ ୧୯୯୪ରେ ରିଲିଜ ହୋଇଥିବା ଜ୍ୟାକି ଶ୍ରଫଙ୍କ ଫିଲ୍ମ ‘ଷ୍ଟଣ୍ଟମ୍ୟାନ’ର ସୁପହିଟ ଗୀତ ‘ଅମ୍ମା ଦେଖ୍’ର ରିମେକ ।

ଗୀତରେ ଇକ୍କାଙ୍କ ର୍ୟାପ ସହିତ ଗୁରିନ୍ଦର ସେଗଲ ଏବଂ ସୁକୃତି କକ୍କରଙ୍କ ଭଏସ ଶୁଣିବାକୁ ମିଳିଛି । ଗୁରିନ୍ଦର ସେଗଲ ଗୀତର ମ୍ୟୁଜିକ ମଧ୍ୟ ଦେଇଛନ୍ତି । ଗୀତର ଲିରିକ୍ସ ଲେଖିଛନ୍ତି କୁମାର ।
ଦେଖନ୍ତୁ ଗୀତ-

ଏହା ପୂର୍ବରୁ ଫିଲ୍ମର ଅନ୍ୟ ଦୁଇଟି ଗୀତ ଏବଂ ଟ୍ରେଲର ରିଲିଜ କରାଯାଇଛି ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମଟି ୩ ଜଣ ବନ୍ଧୁଙ୍କ ଉପରେ ଆଧାରିତ । ଫିଲ୍ମ ୨୭ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More