Only for Entertainment

ସାମ୍ନାକୁ ଆସିଲା ନୀତି ମୋହନ-ନିହାରଙ୍କ ବିବାହର ନୂଆ ଫଟୋ, ଦେଖିବାକୁ ମିଳିଲା ସ୍ପେଶାଲ କେମେଷ୍ଟ୍ରୀ

The Indian Express
208

ବଲିଉଡ ସିଙ୍ଗର ନୀତି ମୋହନ ୧୫ ଫେବୃଆରୀରେ ବୟଫ୍ରେଣ୍ଡ ନିହାର ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ । ନିକଟରେ ଏହି ନ୍ୟୁଲି ୱେଡ କପଲଙ୍କ ବିବାହର କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋକୁ ନିହାର ଏବଂ ନୀତି ନିଜ ଇଂଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋର ନୀତି ଲାଇଟ ପିଙ୍କ ଲେହେଙ୍ଗାରେ ସୁନ୍ଦର ଦେଖାଯାଉଥିବା ବେଳେ ନିହାର ମ୍ୟାଚିଙ୍ଗ ସେରେୱାନୀରେ ହ୍ୟାଣ୍ଡସମ ଦେଖାଯାଉଛନ୍ତି । ଫଟୋ ସେୟାର କରି ନୀତି କ୍ୟାପସନରେ ଲେଖିଥଲେ ଲଭ ଆଣ୍ଡ ଗ୍ରାଟିଟ୍ୟୁଜଡ । ଫଟୋରେ ନୀତି ଏବଂ ନିହାରଙ୍କ ସ୍ପେଶାଲ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

 

 

View this post on Instagram

 

Love and Gratitude ❤

A post shared by NEETI MOHAN (@neetimohan18) on

କହିରଖୁଛୁ ଯେ, ବିବାହ ପୂର୍ବରୁ ନୀତିଙ୍କ ପିତା ବୃଜ ମୋହନ ସିଂଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ଯାହା ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଲା । ସେ ନିଜ ଝିଅର ବିବାହର ମଧ୍ୟ ସାମିଲ ହୋଇପାରିଲେ ନାହିଁ । ବିବାହ ପରେ ନୀତି ଏବଂ ନିହାର ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେବେ ବୋଲି ଘୋଷଣା କରିଥିଲେ କିନ୍ତୁ ପିତା ବୃଜ ମେହନଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ଏହି ରିସେପ୍ସନ ପାର୍ଟିକୁ ଘୁଞ୍ଚାଇ ଦିଆଯାଇଛି ।

 

ଆପଣଙ୍କୁ କହିରଖୁଛୁ ଯେ, ନୀତିଙ୍କ ବିବାହର ଫଟୋ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କର ତୁଳନା ଅନୁଷ୍କା ଶର୍ମାଙ୍କ ସହିତ କରିବାକୁ ଲାଗିଲେ । କାରଣ ଅନୁଷ୍କା ତାଙ୍କ ବିବାହରେ ଲାଇଟ ପିଙ୍କ ଲେହେଙ୍କାରେ ନଜର ଆସିଥିଲେ । ନୀତଦି ମଧ୍ୟ ଅବିକଳ ଅନୁଷ୍କାଙ୍କ ପରି ଲେହେଙ୍ଗା ବିବାହରେ ପିନ୍ଧିଥିଲେ । ନୀତିଙ୍କ ଲୁକକୁ ଦେଖିଲେ ଜଣା ପଡିବ ଯେ, ସେ ଅନୁଷ୍କାଙ୍କ ଲୁକକୁ କପି କରିଛନ୍ତି ।

anushka_neeti

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More