ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୋଲ୍ଡ’ର ଆଉ ଏକ ପୋଷ୍ଟର ।
ରିଲିଜ ହେଲା ଅକ୍ଷୟଙ୍କ ନୂଆ ଫିଲ୍ମ ‘ଗୋଲ୍ଡ’ର ଏକ ନୂଆ ପୋଷ୍ଟର । ଏହି ପୋଷ୍ଟରରେ ଅଭିନେତା ଅକ୍ଷୟ କୁମାର ଖୁବ ସିରିଅସ ମୁଡରେ ବସିଥିବାର ନଜର ଆସିଛନ୍ତି ଏବଂ ବ୍ୟାକଗ୍ରାଉଣ୍ଡରେ ବ୍ରିଟେନର ଫ୍ଲାଗ ରହିଛି । କିଛି ଦିନ ପୂର୍ବେ ‘ଗୋଲ୍ଡ’ର ଏକ ପ୍ରମୋ ରିଲିଜ ହୋଇଥିଲା ଯେଉଁଥିରେ ଅକ୍ଷୟ ନିଜ ଛାତିରେ ତ୍ରିରଙ୍ଗା ଲଗାଇଥିବାର ନଜର ଆସିଥିଲେ ।
ଅକ୍ଷୟ କୁମାର ଏହି ଫିଲ୍ମରେ ତପନ ଦାସ ଭୂମିକାରେ ଏବଂ ଅଲମ୍ପିକ୍ସ ରେ ସ୍ୱାଧୀନ ଭାରତକୁ ଗୋଲ୍ଡ ଦେବା ପ୍ରୟାସକୁ ଦେଖାଯିବ । ରିତେଶ ସିଧବାନୀ ଏବଂ ଫରହାନ ଅଖତରଙ୍କ ପ୍ରଡକ୍ସନ ବ୍ୟାନର ଏକ୍ସେଲ ଏଂଟରଟେନମେଂଟ ଏହି ପୋଷ୍ଟର ସେୟାର କରିଛନ୍ତି ।
15th August, 1936- Berlin Olympics. Uss din Tapan Das ko pata chala ki apna desh ghulam ho, toh kaisa lagta hai. #Gold@akshaykumar @FarOutAkhtar @ritesh_sid @kagtireema @Roymouni @kapoorkkunal @TheAmitSadh @ItsVineetSingh @SunnyK0 @SachinJigarLive pic.twitter.com/duK6HndIJt
— Excel Entertainment (@excelmovies) June 18, 2018
ପୋଷ୍ଟର ସହ କ୍ୟାପସନରେ ଲେଖିଛନ୍ତି ୧୫ ଅଗଷ୍ଟ ୧୯୩୬, ବର୍ଲିନ ଅଲମ୍ପିକ୍ସ, ଏହି ଦିନରେ ତାପସ ଅନୁଭବ କରିଥିଲେ ନିଜ ଦେଶ ଗୁଲାମ ରହିଲେ କିଭଳି ଲାଗେ । ୧୫ଜୁନରେ ଏହି ଫିଲ୍ମର ପ୍ରମୋ ରିଲିଜ କରିଥିଲେ ମେକର୍ସ ।