ଅଭିନେତା ତଥା ସିଙ୍ଗର ଦିଲଜୀତ ଦୋସାଂଝାଙ୍କ ସ୍ୱରରେ ଏଖ ନୂଆ ରୋମାଂଟିକ ଟ୍ରାକ ରିଲିଜ ହୋଇଛି । ଏହି ଗୀତ ତାଙ୍କର ଆଗାମୀ ଫିଲ୍ମ ସୁରମାର ଅଟେ । ଏହି ଗୀତ ନିଶ୍ଚୟ ଆପଣଙ୍କ ହୃଦୟ ଜିତି ନେବ ।
https://t.co/0KRbQ5mOy5 #IshqDiBaajiyaan Lao Romantic Feelingaan.. Kion Ke Sandeep Bhaji Hamare Baut Romantic Hain ? And Haan Feelings Mai Like & Share Karna Mat Bhool Jana??
Although Gana Poora Rakhna Chaiye Thaa @sonymusicindia ?Mazaa Aney Lagta Hai Khatam Ho Jata Hai?
— DILJIT DOSANJH (@diljitdosanjh) June 18, 2018
ସୁରମାର ଏହି ଗୀତରେ ପ୍ରଥମ ପ୍ରେମର କୋମଳମତା କୁ ଦର୍ଶା ଯାଇଛି । ଗୀତରେ ଦେଖିବାକୁ ମିଳିଛି ଯେ ଦିଲଜୀତ ଏବଂ ତାପସୀଙ୍କ ମଧ୍ୟରେ ହକି ଖେଳୁ ଖେଳୁ ଭଲ ପାଇବା ଜାଗି ଉଠିଛି । ଏହାବ୍ୟତୀତ ଦିଲଜୀତଙ୍କ ଭୂମିକା, ସନ୍ଦୀପ ସିଂଙ୍କ ସଂଘର୍ଷର ଝଲକ ମଧ୍ୟ ‘ଇଷ୍କ ଦି ବାଜିୟା’ଗୀତରେ ଦେଖିବାକୁ ମିଳିଛି ।
ଦିଲଜୀତ ଦୋସାଂଝା ଏବଂ ତାପସୀ ପନ୍ନୁ ଷ୍ଟାରର ଏହି ଫିଲ୍ମ ‘ସୁରମା’ ହକି ଖେଳାଳୀ ସନ୍ଦୀପଙ୍କ ବାୟୋପିକ ଅଟେ । ଫିଲ୍ମ ୧୩ଜୁଲାଇରେ ରିଲିଜ ହେବ । ଏବେ କିଛି ଦିନ ତଳେ ଏହି ଫିଲ୍ମର ଟ୍ରେଲର ଦେଖିବାକୁ ମିଳିଥିଲା ।