Only for Entertainment

ତୁଳସୀ ମାଳା ପିନ୍ଧିଲେ ମିଳେ ଏହି ଲାଭ, ଧାରଣ କରିବା ସମୟରେ ଏହି ବିଷୟ ଉପରେ ରଖନ୍ତୁ ଧ୍ୟାନ ।

vishwasidhaguru
0 98

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମା’ଙ୍କ ପରିଚୟ ଦିଆଯାଇଛି । ଏହି ତୁଳସୀଗଛକୁ ତୁଳସୀ ମା’ ମଧ୍ୟ ସମ୍ବୋଧନ କରାଯାଇଥାଏ । ଏହାସହ ତୁଳସୀର ଅନେକ ଫାଇଦା ମଧ୍ୟ ଆଗରୁ କୁହାଯାଇଛି । ଔଷଧୀୟ ଗଛରେ ମଧ୍ୟ ତୁଳସୀ ଗଛର ଗଣତି କରାଯାଏ । ତୁଳସୀ ପତ୍ର, ଡାଳ ଏବଂ ଛାଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଏହାବ୍ୟତୀତ ତୁଳସୀ ମାଳ ଧାରଣ କରିବା ପ୍ରଥା କାହୁଁ କେବେ ଠାରୁ ପ୍ରଚଳିତ ହୋଇଛି । କିନ୍ତୁ କଣ ଆପଣ ଜାଣନ୍ତି ଏହାକୁ ଧାରଣ କରିବା ଦ୍ୱାରା କଣ ଲାଭ ମିଳେ ଏବଂ ଏହାକୁ ଧାରଣ କରିବା ସମୟରେ କେଉଁ ସମସ୍ତ ତଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ ଆସନ୍ତୁ ଜାଣିବା । ଏଭଳି କୁହାଯାଏ ଯେ ତୁଳସୀ ମାଳା ଧାରଣ କରିବା ଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ । ଏହାସହ ତୁଳସୀ ମାଳାରେ କୁଣ୍ଡଳୀରେ ବୁଧ ଏବଂ ଗୁରୁଙ୍କ ଦିଗ ଖୁବ ମଜଭୂତ ଥାଏ ।

ତୁଳସୀମାଳାର ଔଷଧୀୟ ଗୁଣ ଯୋଗୁଁ ଏହାକୁ ଧାରଣ କରାଯାଇଥାଏ । କୁହାଯାଏ ଗଳାରେ ଏହା ଧାରଣ କରିବା ଦ୍ୱାରା ଅନେକ ରୋଗ ଦୂର ହୋଇଯାଏ । ଏହାସହ ଏହାକୁ ଧାରଣ କରିବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ଆସିବାର ମାନ୍ୟତା ମଧ୍ୟ ରହିଛି । ଶୁଣିବାକୁ ମିଳିଛି ଯେ ତୁଳସୀ ମାଳା ଧାରଣ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ଉତ୍ସାହ ଆସିଥାଏ । ଏହାବ୍ୟତୀତ ଖରାପ ନଜରରୁ ବଂଚିବା ପାଇଁ ତୁଳସୀ ମାଳା ଧାରଣ କରିବା ଶୁଭପ୍ରଦ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More