ଆଗାମୀ ବଲିଉଡ୍ ମୁଭି ‘ବାଟଲା ହାଉସ୍’ର ଆଉ ଏକ ଗୀତ ମୁକ୍ତିଲାଭ କରିଛି । ଏହି ଗୀତର ଟାଇଟେଲ୍ ରହିଛି ‘ଜାକୋ ରାଖେ ସାଇଁଆ’ । ରୋଚକ୍ କୋହଲିଙ୍କ ସଙ୍ଗୀତରେ ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ରୋଚକ୍ କୋହଲି ଓ ନବରାଜ୍ ହଂସ୍ ।
ଏହି ସିନେମାର କାହାଣୀ ଦିଲ୍ଲୀ ପୋଲିସର ଏକ ବଡ ଏନକାଉଣ୍ଟର୍ ଘଟଣାକୁ ନେଇ ଗତିଶୀଳ ହୋଇଛି । ଫିଲ୍ମରେ ଅଭିନେତା ଜନ୍ ଆବ୍ରାହମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଆଉ ଏଥିରେ ଜନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ମୃଣାଲ୍ ଠାକୁର୍ ।
ପୂର୍ବରୁ ଫିଲ୍ମର ୨ଟି ଗୀତ ଏବଂ ଟ୍ରେଲର ରିଲିଜ ହୋଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଅଗଷ୍ଟ ୧୫ ଅବସରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ବାଟଲା ହାଉସ୍ । ଫିଲ୍ମ ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଳକୁ ଟକ୍କର ହେବ ।