ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ଇଶା ଦେଓଲ, ସୋସିଆଲ ମିଡିଆରେ ସୁନ୍ଦରତାର ସହ କଲେ ଘୋଷଣା, ଦେଖନ୍ତୁ ଫଟୋ
ଫିଲ୍ମ ଦୁନିଆର ଆଇ କନିକ ଯୋଡି ମଧ୍ୟରୁ ଏକ ହେମାମାଳିନୀ ଏବଂ ଧମେନ୍ଦ୍ରଙ୍କ ବଡ ଝିଅ ଇଶା ଦେଓଲ ବିବାହ ପରେ ଫିଲ୍ମ ଦୁନିଆ ଟାରୁ ଦୂରେଇ ଯାଇଛନ୍ତି । ପିଲାଦିନର ବନ୍ଧୁ ଭରତ ତଖ୍ତାନୀଙ୍କ ସହିତ ବିବାହ କରିବା ପରେ ସେ ଏବେ ନିଜ ବୈବାହିକ ଜୀବ ନରେ ଖୁସି ଅଛନ୍ତି । ୨୦୧୭ରେ ଇଶା ପ୍ରଥମ ସନ୍ତାନ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ ।
ଇଶା ଅନେକ ସମୟରେ ଝିଅ ରାଧ୍ୟାଙ୍କ ଫଟୋ ସୋସିଆଲ ମଡିଆରେ ସେୟାର କରିଥାନ୍ତି । କିଛି ସମୟ ପୂର୍ବରୁ ଇଶା ଝିଅ ରାଧ୍ୟାଙ୍କ ଫଟୋ ସେୟାର କରି ଏକ ଖୁସି ଖବରର ସୂଚନା ଦେଇଛନ୍ତି । ଅସଲରେ ଇଶା ଝଅ ରାଧ୍ୟାଙ୍କ ଫଟୋକୁ ସେୟାର କରି ନିଜର ଦ୍ୱିତୀୟ ପ୍ରେଗ୍ନେନ୍ସି ବିଷୟରେ ସୂଚନା ଦେଇଛନ୍ତି ।
ଫଟୋରେ ରାଧ୍ୟାଙ୍କ ଫଟୋ ସହିତ ଲେଖା ହୋଇଛି ମୋତେ ଖୁବ ଶୀଘ୍ର ବଡ ଭଉଣୀ ଭାବେ ପ୍ରମୋଶନ ମିଳିବାକୁ ଯାଉଛି । ଫଟୋ ସେୟାର କରିବା ପରେ ଇଶାଙ୍କୁ ତାଙ୍କ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି ।
ଦେଖନ୍ତୁ ଫଟୋ-
View this post on Instagram