ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ପ୍ରିୟଙ୍କା ଏକ ମ୍ୟୁଜିକ ଇଭେଂଟରେ ନିକ ଜୋନସଙ୍କୁ କିସ କରି ଚିୟର କରୁଥିବାର ନଜର ଆସିଛନ୍ତି । ତେବେ ଇଭେଂଟର ଏକ ଭିଡ଼ିଓ ପ୍ରିୟଙ୍କା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ଭାଇରାଲ ହେଉଥିବା ଭିଡ଼ିଓ ବିଲବୋର୍ଡ଼ ମୁଜିକ ଆୱାର୍ଡ଼ ଶୋ’ରେ ଜୋନସ ବ୍ରଦର୍ସଙ୍କ ପର୍ଫମାନ୍ସ ସମୟର । ଏହି ଆୱାର୍ଡ଼ ଶୋ ଏଥିପାଇଁ ଖାସ କାରଣ ବହୁ ବର୍ଷ ପରେ ଏକା ସାଙ୍ଗରେ ଜୋନସ ବ୍ରଦର୍ସ ନଜର ଆସିଛନ୍ତି ।
ଭିଡ଼ିଓରେ ନିକ ପର୍ଫମାନ୍ସ କରି ମଂଚରୁ ଦର୍ଶକଙ୍କ ନିକଟକୁ ଆସୁଛନ୍ତି ଏବଂ ନିକଟରେ ଛିଡ଼ା ହୋଇଥିବା ପ୍ରିୟଙ୍କାଙ୍କୁ କିସ କରୁଛନ୍ତି ।