ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ଙ୍କ ନିର୍ବନ୍ଧ ଗତ ମାସରେ ସଂପନ୍ନ ହୋଇଥିବା ବେଳେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଥିବା ବେଳେ ଏବେ ନିକ୍ଙ୍କ ପୂର୍ବ ପ୍ରେମିକାଙ୍କ ପ୍ରତିକ୍ରିୟା ଆସିଥିବା ଜଣାପଡ଼ିଛି । ପ୍ରିୟଙ୍କାଙ୍କ ସହ ନିର୍ବନ୍ଧ କରିବା ପରେ ପରେ ସେ କିଛି କହି ନଥିବା ବେଳେ ଏବେ ସେ ସାମ୍ନାକୁ ଆସିଛନ୍ତି ।
ନିର୍ବନ୍ଧ ପାଇଁ ସେ ନିକ୍ ଏବଂ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଦୁଇ ଜଣଙ୍କ ପାଇଁ ସେ ଖୁସୀ ବୋଲି କହିଛନ୍ତି । ୨୦୧୨ରେ ମିସ୍ ୟୁନିଭର୍ସ ହୋଇଥିବା ଓଲିବିୟୋ କଳ୍ପୋ କହିଛନ୍ତି କି,ମୋତେ ଲାଗୁଛି କୌଣସି ସମୟରେ କିଏ ବି ନିଜ ପ୍ରେମକୁ ପାଇ ଯାଇଥାଏ । ଖାସ୍ କରି ଏହି ଇଣ୍ଡଷ୍ଟ୍ରିରେ ଏହା ସମ୍ଭବ । କିନ୍ତୁ ସଂପର୍କକୁ ସମ୍ଭାଳିବା ବହୁତ କଷ୍ଟ । ଏହି ଇଣ୍ଡଷ୍ଟ୍ରିରେ ସଂପର୍କ ଭାଙ୍ଗିବାର ଅନେକ ଉଦାହରଣ ରହିଛି ।
କିନ୍ତୁ ମୁଁ ତାଙ୍କ ପାଇଁ ଖୁସି । ମୋର ଆଶା ସମସ୍ତଙ୍କୁ ଭଲପାଇବା ଏବଂ ଖୁସୀ ମିଳୁ ।