Only for Entertainment

ମ୍ୟାଚ ହାରିବା ପରେ ଟିମ ଇଣ୍ଡିିଆ କଲେ ଖୁବ ମସ୍ତି, ଲୋକେ ଟ୍ରୋଲ କରିବାରୁ ଶିଖର ଧୱନ ଦେଲେ ଏହି ଜବାବ ।

ndtv
0 25

ନିକଟରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶିଖର ଧୱନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଏହା ପରେ ଶିଖର ଧୱନ ଯେଉଁ ଉତ୍ତର ଦେଇଛନ୍ତି ତାହାକୁ ଦେଖିବା ପରେ ସବୁ ଟ୍ରୋଲର୍ସଙ୍କର ମୁହଁ ବନ୍ଦ ହୋଇଯାଇଛି ।

ୱାନ ଡେ ସିରିଜ ହାରିବା ପରେ ଟିମ ଇଣ୍ଡିଆ ଟେଷ୍ଟ ସରିଜ ମଧ୍ୟ ହାରିଯାଇଛି । ଟିମ ଇଣ୍ଡିଆ ୩-୧ରେ ପଛୁଆ ଅଛନ୍ତି । ଆଉ ଏବେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ ବାକି ରହିଛି । କାଲିଠାରୁ ଟିମ ଇଣ୍ଡିଆ ପଂଚମ ଟେଷ୍ଟ ମ୍ୟାଚ ଖେଳିବ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଖୁବ ମସ୍ତି କରିଥିବା ଦେଖିବାକୁ ମିଳିଛି । ଟିମ ଇଣ୍ଡିଆ ଇଶାନ୍ତ ଶର୍ମାଙ୍କ ବାର୍ଥଡେ’ ଖୁବ ଜୋରସୋରରେ ମନାଇଛନ୍ତି । ଏହାର କିଛି ଫଟୋ ଶିଖର ସୋସିଆଲ ମିଡିଆରେ ସେୟାର କରିବା ପରେ ଲୋକେ ନେଗେଟିଭ କମେଣ୍ଟ ଆରମ୍ଭ କରିଦେଇଥିଲେ ।

tweet

ଏହାର ଜବାବ ଦେଇ ଶିଖର ଧୱନ କହିଥିଲେ , ଯେଉଁମାନେ ନେଗେଟିଭ ଲେଖୁଛନ୍ତି ସେମାନଙ୍କୁ କହିବା ପାଇଁ ଚାହେଁ ଆପଣଙ୍କୁ ଯେତେ ଦୁଃଖ ହେଉଛି ଆମକୁ ମଧ୍ୟ ସେତିକି ଦୁଃଖ ଲାଗୁଛି । ଏହା ଜରୁରୀ ଯେ ଆମେ ଭୁଲ ଠାରୁ ଶିଖି ଆଗକୁ ବଢିବା ଉଚିତ । ଆମେ ଯେବେ ବି ଗ୍ରାଉଣ୍ଡକୁ ଓହ୍ଲାଇଥାଉ ନିଜର ବେଷ୍ଟ ଦେଇଥାଉ । ଅଗାମୀ ମ୍ୟାଚ ପାଇଁ ଆମକୁ ମେଣ୍ଟାଲି ପ୍ରସ୍ତୁତି ରହିବାକୁ ପଡିଥାଏ । ଯାହା ବିତି ଯାଇଛି ତାହାକୁ ଆମେ ଠିକ କରିପାରିବା ନାହିଁ । କିନ୍ତୁ ଆଗାମୀ ମ୍ୟାଚ ପାଇଁ କଠିନ ପରିଶ୍ରମ କରିବାକୁ ପଡେ । ପ୍ରାକ୍ଟିସ ପରେ ହସ ମଜାକ ଖୁବ ଜରୁରୀ ଏହା ଦ୍ୱାରା ଟିମକୁ ପଜିଟିଭିଟି ମିଳିଥାଏ । ଚମ୍ପିଅନମାନେ ଏପରି ହିଁ କରିଥାନ୍ତି । ଟିମ ଇଣ୍ଡିଆକୁ ସପୋର୍ଟ କରିବା ପାଇଁ ଧନ୍ୟବାଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More