Only for Entertainment

ସଲମାନଙ୍କ ସହ କାମ କରିବାକୁ ମିଳିଥିବା ଖୁସିରେ ନୋରା ଫତେହି ବେଲି ଡ୍ୟାନ୍ସ କରି ଜାହିର କଲେ ଖୁସି !

instagram
0 43

ବିଗବସ ଏବଂ ବାହୁବଲୀ ଫେମ ଅଭିନେତ୍ରୀ ନୋରା ଫତେହି ଏବେ ଖୁବ ଚର୍ଚ୍ଚାରେ ରହି ଆସୁଛନ୍ତି ତାଙ୍କ ଡ୍ୟାନ୍ସ ପାଇଁ । କିଛି ଦିନ ତଳେ ରିଲିଚ ହୋଇଥିବା ଜନ ଇବ୍ରାହିମ ଷ୍ଟାରର ଫିଲ୍ମ ସତ୍ୟମେବ ଜୟତେର ଆଇଟମ ଗୀତ ‘ଦିଲବର ଦିଲବର’ ୟୁଟ୍ୟୁବରେ ତେହଲକା ମଚାଇବାରେ ଲାଗିଛି । ଏହାମଧ୍ୟରେ ନୋରାଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି । ମୋରକ୍କନ କମାଡିୟନ ଡାନ୍ସର ଏବଂ ଅଭିନେତ୍ରୀ ନୋରା ଫତେହିଙ୍କୁ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଭାରତ’ରେ କାମ କରିବାକୁ ସୁଯୋଗ ମିଳିଛି ।

ଦିଲବର’ର ସକ୍ସେସ ଏବଂ ଭାରତ’ରେ ଏଂଟ୍ରିକୁ ନେଇ ନୋରା ଫ୍ୟାନ୍ସଙ୍କ ସହ ଖୁସି ଶେୟାର କରିଛନ୍ତି । ଅଭିନେତ୍ରୀ ବେଲି ଡ୍ୟାନ୍ସ କରି ନିଜ ଭିଡିଓ ଜାରି କରିଛନ୍ତି । ଏଥିରେ ସେ ଖୁବ ଏଳ୍ସସାଇଟେଡ ନଜର ଆସିଛନ୍ତି । ନୋରା ଏହି ୧୪ ଘଂଟା ପୂର୍ବେ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ଏହାକୁ ଏବେ ପର୍ଯ୍ୟନ୍ତ ୬.୫ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More