Only for Entertainment

ଏବେ ବଜାରକୁ ଆସିଲା ତୈମୁର ସଫ୍ଟ ଟଏ ।

youtube
12

ସୈଫ ଅଲି ଖାନ ଓ କରୀନା କପୁରଙ୍କ ପୁଅ ତୈମୁର ଅଲି ଖାନଙ୍କ ଷ୍ଟାରଡମ ଦିନକୁ ଦିନ ବଢିବାରେ ଲାଗିଛି ।ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ତୈମୁରଙ୍କ ନାମରେ ଏବେ ବଜାରରେ ଖେଳଣା ମଧ୍ୟ ଆସିଲାଣି ।ତୈମୁରଙ୍କ କ୍ୟୁଟନେସ ଲୋକଙ୍କୁ ଏତେ ମାତ୍ରାରେ ଦିୱାନା କରିଛିଯେ ଏବେ କମ୍ପାନୀମାନେ ତୈମୁର କଣ୍ଢେଇ ପ୍ରସ୍ତୁତ କଲେଣି ।ଏବେ ସେହି ତୈମୁର କଣ୍ଢେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରଯୋଜକ ଅଶ୍ୱିନୀ ୟାର୍ଡି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ।ଯାହା ଏକ କଣ୍ଢେଇର ଛବି,ଯେଉଁ କଣ୍ଢେଇଟି ସଂପୂର୍ଣ୍ଣ ଭାବରେ ତୈମୁରଙ୍କ ଭଳି ଦେଖାଯାଉଛି ।ଏହି କଣ୍ଢେଇ କେରଳର ଏକ ଷ୍ଟୋରରେ ବିକ୍ରି ହେଉଛି ।

ନିକଟରେ କଫି ୱିଦ କରନରେ ସୈଫ କହିଥିଲେଯେ ତୈମୁରଙ୍କ ଏକ ଫଟୋର ମୂଲ୍ୟ କେତେ । ସେ କହିଛନ୍ତିଯେ ସୋସିଆଲ ମିଡିଆରେ ତୈମୁରଙ୍କ ଯେଉଁ ଫଟୋ ଆସୁଛି ତାହା ଗୋଟିଏ ପ୍ରତି ୧୫୦୦ ଟଙ୍କା ।ସୈଫଙ୍କ କହିବା ଅନୁସାରେ ସେ ଏହି କଥା ତାଙ୍କ ଶ୍ୱଶୁର ରଣଧୀର କପୁରଙ୍କ ଠାରୁ ପାଇଥିଲେଯେ ପାପାରାଜି ତୈମୁରଙ୍କ ଫଟୋ ପାଇଁ ଏହି ମୂଲ୍ୟ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More