ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ଗାଡ଼ି ଧକ୍କାରେ ଜଣେ ଆଘାତ…………….
ଗତକାଲି ଭୁବନେଶ୍ୱରର ଶ୍ୟାମପୁର ଛକରେ ଓଲିଉଡ ଅଭିନେତା ବାବୁଶାନଙ୍କ ଗାଡ଼ି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛି । ଯାହା ଦ୍ୱାରା ବ୍ୟକ୍ତି ଜଣକ ଅଭୀର ଭାବରେ ଆଘାତ ପାଇଛନ୍ତି । ଖବର ଅନୁସାରେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ବାବୁଶାନଙ୍କ ଗାଡ଼ିକୁ ଅଟକାଇଥିଲେ । ବାବୁଶାନଙ୍କ ଗାଡ଼ିରେ ଆଘାତ ପାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ରଂଜନ ନାଏକ । ରଂଜନଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି ।
ସୂଚନା ମୁତାବକ ଅଭିନେତା ଫିଲ୍ମ ‘ମିଷ୍ଟର ମଜନୁ’ର ସୁଟିଂ ସେଟରୁ ଫେରୁଥିବା ସମୟରେ ଏହିଭଳି ଦୁର୍ଘଟଣା ଘଟିଛି । ଯାହାପରେ ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି । କହିରଖୁଛୁ ବ୍ୟକ୍ତି ଜଣକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।