Only for Entertainment

ବାଦଶାହଙ୍କ ଗୀତରେ ଅଫ ସ୍କ୍ରିନ କପଲଙ୍କର ଅନ ସ୍କ୍ରିନ ରୋମାନ୍ସ ।

bollywood tadka
32

ମୁକ୍ତିଲାଭ କଲା ବଲିଉଡ୍ ସିଙ୍ଗର୍ ତଥା ରାପର୍ ବାଦ୍ଶାହଙ୍କ ଜବରଦସ୍ତ ପାର୍ଟି ସଙ୍ଗ ‘ହର୍ ଘୁଂଟ୍ ମେଁ ସ୍ୱାଗ୍’ । ଅଫ୍ସ୍କ୍ରିନ୍ କପଲ୍ଙ୍କ ଅନ୍ସ୍କ୍ରିନ୍ ରୋମାନ୍ସ ପୁଣିଥରେ ଦେଖିବାକୁ ମିଳିଛି ।ଆମେ ଏଠି କଥା ହେଉଛେ ଅଭିନେତା ଟାଇଗର୍ ଶ୍ରଫ୍ ଓ ତାଙ୍କ ରିୟଲ୍ ଲାଇଫ୍ ଗର୍ଲଫ୍ରେଣ୍ଡ ଦିଶା ପଟାନିଙ୍କ କଥା ।ମୁକ୍ତିଲାଭ କରିଥିବା ଏହି ପାର୍ଟି ଗୀତରେ ନାୟକ – ନାୟିକା ଭାବେ ଟାଇଗର୍ ଶ୍ରଫ୍ ଓ ଦିଶା ପଟାନିଙ୍କୁ ଦେଖିବାକୁ ମିଳିଛି । ଏହି ଯୋଡିଙ୍କ ଅନସ୍କ୍ରିନ୍ ରୋମାନ୍ସ ଦେଖିବାକୁ ମିଳିଛି ଏକ ମ୍ୟୁଜିକ୍ ଭିଡିଓରେ ।

ଏଥିରେ ଦୁହିଁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ପରଦାରେ ଏହି ଯୋଡିଙ୍କ ରୋମାନ୍ସ ଦର୍ଶକଙ୍କୁ ସବୁବେଳେ ଆସିଥାଏ ଢେର୍ ପସନ୍ଦ । ଦୁହିଁଙ୍କ କେମେଷ୍ଟ୍ରୀ ଅନ୍ – ସ୍କ୍ରିନ୍ ହେଉ କି ଅଫ୍ ସ୍କ୍ରିନ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଏହାକୁ ବାଦ୍ଦେଲେ ଟାଇଗର୍ – ଦିଶା ନିଜ ୟୁନିକ୍ ଡ୍ୟାନ୍ସ ଷ୍ଟାଇଲ୍ ପାଇଁ ମଧ୍ୟ ବେଶ୍ ଲୋକପ୍ରିୟ । ଆଉ ଏହି ଗୀତରେ ବି ଏମାନଙ୍କ ଡ୍ୟାନ୍ସ ଧମାଲ୍ ବେଶ ଦେଖିବାକୁ ମିଳିଛି ।

ମୁକ୍ତିଲାଭ କରିଥିବା ଏହି ପାର୍ଟି ସଙ୍ଗ୍ର ମ୍ୟୁଜିକ୍ ସହ ଏହାର ଲିରିକ୍ସ ବି ଦେଇଛନ୍ତି ନିଜେ ବାଦ୍ଶାହ୍ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଅହମଦ୍ଦ ଖାନ୍ । ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓକୁ ଦର୍ଶକ ଏବେ କରୁଛନ୍ତି ଢେର୍ ପସନ୍ଦ । ତେବେ ଏହି ଗୀତକୁ ବାଦ୍ ଦେଲେ, ଟାଇଗର୍ ଶ୍ରଫ୍ ଏବେ ନିଜ ଆଗାମୀ ଫିଲ୍ମ ‘ଷ୍ଟୁଡେଂଟ୍ ଅଫ୍ ଦି ଇୟର୍ – ଟୁ’ ସୁଟିଂରେ ଅଛନ୍ତି ବ୍ୟସ୍ତ । ସେହିପରି ଅଭିନେତ୍ରୀ ଦିଶା ପଟାନୀଙ୍କୁ ଆଗାମୀ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More