ନିର୍ବାଚନ ଲଢ଼ିବାକୁ ନେଇ ବିଜେପି ସାଂସଦ ପରେଶ ରାଓ୍ଵଲଙ୍କ ବୟାନ, ମୋଦିଙ୍କ ସମର୍ଥନରେ କହିଲେ ଏହି କଥା
ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଅନେକ ନାମକରା ନେତାମାନେ ନିର୍ବାଚନ ଲଢ଼ିବା ପାଇଁ ମନା କରି ସାରିଛନ୍ତି । ଏ ମଧ୍ୟରେ ସାମିଲ ଅଛନ୍ତି ଅହମଦାବାଦ୍ର ପୂର୍ବ ସାଂସଦ ତଥା ବଲିଉଡ୍ର ପ୍ରଖ୍ୟାତ ଅଭିନେତା ପରେଶ ରାଓ୍ଵଲ । ଶନିବାର ପରେଶ ରାଓ୍ଵଲ ଟୁଇଟ୍ କରି ନିର୍ବାଚନ ନ ଲଢ଼ିବା ନେଇ ଘୋଷଣା କରିଥିବା ବେଳେ ଖବରଟି ଧୀରେ ଧୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ସହ ମୋଦିଙ୍କ ସମର୍ଥକ ହୋଇ ରହିବା କଥା ଲେଖିଥିବା ଦେଖା ଯାଇଛି ।
ନିଜ ନିଷ୍ପତିକୁ ନେଇ ସୂଚନା ଦେବାକୁ ଯାଇ, “ମିଡିଆକୁ ମୁଁ ଅପିଲ କରୁଛି କି, ମୋର ନାମାଙ୍କନକୁ ନେଇ କୌଣସି ଆଲୋଚନା କରନ୍ତୁ ନାହିଁ । ମୁଁ ଦଳକୁ ଆଗ୍ରିମ ଭାବରେ ଏହି ସୂଚନା ଦେଇ ସାରିଛି । କିନ୍ତୁ ମୁଁ ନିର୍ବାଚନ ନ ଲଢ଼ିଲେ ମଧ୍ୟ ବିଜେପିର ସଚ୍ଚୋଟ ସଦସ୍ୟ ଏବଂ ମୋଦିଙ୍କ ସମର୍ଥକ ହୋଇ ରହିବି” । ସୂଚନା ମୁତାବକ, ପରେଶ ରାଓ୍ଵଲଙ୍କ ପୂର୍ବରୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, କେନ୍ଦ୍ରୀୟ ମନ୍ତ୍ରୀ ଉମା ଭାରତୀ ଏବଂ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ କଲରାଜ ମିଶ୍ର ପୂର୍ବରୁ ନିର୍ବାଚନ ଲଢ଼ିବା ପାଇଁ ମନା କରି ସାରିଛନ୍ତି ।