ମିଠାରେ ପ୍ରସ୍ତୁତ କରନ୍ତୁ ପାଇନଆପଲ ପନିର ସନ୍ଦେଶ
ସାମଗ୍ରୀ-
ଚକଟା ହୋଇଥିବା ଛେନା ୨୫୦ ଗ୍ରାମ , ସପୁରୀ ୬ ପିସ , ୨ ଚାମଚ ଚିନି ଗୁଣ୍ଡ , କେସର ସାମାନ୍ୟ , କାଜୁ ବାଦାମ ଓ ପିସ୍ତା ବାଦାମ କିଛି ।
ପ୍ରସ୍ତୁତି ପ୍ରଣାଳୀ-
ଚିନି ଗୁଣ୍ଡରେ ଚକଟା ହୋଇଥିବା ଛେନାକୁ ଭଲ ଭାବରେ ମିଶାନ୍ତୁ । ଏହି ମିଶ୍ରଣକୁ ସପୁରୀ ଖଣ୍ଡ ଉପରେ ରଖନ୍ତୁ । ଏହା ଉପରେ କେସର , କାଜୁ ଓ ପିସ୍ତା ପକାନ୍ତୁ । ଏହାପରେ ଏହାକୁ ଫ୍ରୀଜରେ ରଖନ୍ତୁ । ଅଧା ଘଣ୍ଟା ପରେ ଫ୍ରୀଜରୁ କାଢି ଖାଇବାକୁ ଦିଅନ୍ତୁ ।