ଆବଶ୍ୟକୀୟ ସାମଗ୍ରୀ- ଆଳୁ ୪୦୦ ଗ୍ରାମ,ଜଳ,କର୍ଣ୍ଣଫ୍ଲୋର ୨ ଚାମଚ,ବେସନ ୨ ଚାମଚ,ଗୋଲମରିଚ ଗୁଣ୍ଡ ଅଧ ଚାମଚ,ଜିରା ଅଧ ଚାମଚ,କଂଚା ଲଙ୍କା ଅଧ ଚାମଚ,ପିଆଜ ଶଣ୍ଢା ୨ ଚାମଚ,ଲୁଣ ଅଧ ଚାମଚ,ତେଲ ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଆଳୁକୁ ଗ୍ରେଟ କରି ପର୍ଯ୍ୟାପ୍ତ ଜଳରେ ଭିଜାଇ ରଖନ୍ତୁ । ଏହାପରେ ଆଳୁକୁ ଛାଣି ଦିଅନ୍ତୁ । ସେଥିରେ ବେସନ,କର୍ଣ୍ଣଫ୍ଲୋର,ଗୋଲମରିଚ ଗୁଣ୍ଡ,ଜିରା ଓ ଅନ୍ୟ ସମସ୍ତ ଦ୍ରବ୍ୟ ପକାଇ ଭଲ ଭାବରେ ମିଶାନ୍ତୁ । ପ୍ୟାନ ଗରମ କରି ସାମାନ୍ୟ ତେଲ ପକାନ୍ତୁ,ନଚେତ ଏହା ପ୍ୟାନରେ ଲାଗିଯିବ । ଏହାପରେ ଆଳୁର ମିଶ୍ରଣକୁ ପକାଇ ଖେଳାଇ ଦିଅନ୍ତୁ । ଗୋଟିଏ ପାଶ୍ୱର୍ ହୋଇଗଲା ପରେ ଓଲଟାଇ ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଆଳୁ ଛିଲା । ଏହାକୁ କେଚ ଅପ ସହିତ ଖାଆନ୍ତୁ ।