Only for Entertainment

ପ୍ରିନ୍ସ ଓ ୟୁବିକାଙ୍କ ପ୍ରି ୱେଡିଙ୍ଗ ଫଟୋ ସୁଟ,ନଜର ଆସିଲା ରୋମାଂଟିକ କେମେଷ୍ଟ୍ରି ।

aajtak
21

ଟିଭି କପଲ ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧରୀ ଏହି ବର୍ଷ ୧୨ ଅକ୍ଟୋବରକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁଇ ଜଣଙ୍କ ଲଭ ଷ୍ଟୋରୀ ବିଗ ବସ ୯ରେ ଆରମ୍ଭ ହୋଇଥିଲା । ବିବାହର ୪ ଦିନ ପୂର୍ବରୁ ଦୁଇ ଜଣ ମୁମ୍ବାଇର ଏକ ରିସର୍ଟରେ ଫଟୋ ସୁଟ କରିଛନ୍ତି । ଏହି ଫଟୋକୁ ପ୍ରିନ୍ସ ତାଙ୍କ ଇଂଷ୍ଟା ଆକାଉଂଟରେ ସେୟାର କରିଛନ୍ତି । ଫଟୋରେ ଦୁଇଜଣଙ୍କ ରୋମାଂଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ଦୁଇ ଜଣ ପରସ୍ପରକୁ ଲମ୍ବା ସମୟ ଧରି ଡେଟ କରୁଛନ୍ତି । ପ୍ରିନ୍ସ ୟୁବିକାଙ୍କ ଜନ୍ମଦିନ ଖୁବ ଧୁମଧାମରେ ପାଳନ କରିଥିଲେ ।
ପ୍ରିନ୍ସ ନରୁଲାଙ୍କୁ ରିଆଲିଟି ଶୋ’ର କିଙ୍ଗ ବୋଲି କୁହାଯାଏ । ସେ ୨୦୧୫ରେ ରୋଡିଜର ୧୨ ତମ ସିଜନ ଜିତିବା ପରେ ରୋଡିଜ ଏକ୍ସ ଟୁର ଅଲଟିମେଟ ରୋଡି ଟାଇଟଲ ଜିତିଥିଲେ । ଏହାପରେ ସ୍ପ୍ଲିଟସଭିଲା ୮ ଏବଂ ବିଗବସ ସିଜନ ୯ ମଧ୍ୟ ଜିତିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More