ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ପିତା ଅଶୋକ ଚୋପ୍ରାଙ୍କ ଜନ୍ମଦିନ ମା’ ମଧୁ ଚୋପ୍ରଙ୍କ ସହିତ ସେଲିବ୍ରେଟ କରିଛନ୍ତି । ପିତାଙ୍କ ଜନ୍ମଦିନକୁ ସେଲିବ୍ରେଟ କରିବା ପାଇଁ ପ୍ରିୟଙ୍କା ମା’ ମଧୁ ଚୋପ୍ରାଙ୍କ ସହିତ ଡିନର ପାଇଁ ଯାଇଥିଲେ । ଫଟୋରେ ପ୍ରିୟଙ୍କା ବ୍ଲୁ ଡେନିମ ସହିତ ହ୍ୱାଇଟ ଟପ ଏବଂ ଟ୍ରାନ୍ସପରେଣ୍ଟ ଜ୍ୟାକେଟରେ ସୁନ୍ଦର ଦେଖାଯାଉଥିଲେ । ଅନ୍ୟ ପକ୍ଷରେ ପ୍ରିୟଙ୍କାଙ୍କ ମା’ ପିଙ୍କ କଲର ସାଢୀରେ ନଜର ଆସିଥିଲେ । ଜନ୍ମଦିନ ସେଲିବ୍ରେଟ କରିବାର କିଛି ଫଟୋକୁ ପ୍ରିୟଙ୍କା ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋ ଗୁଡିକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।
ରେଷ୍ଟୁରାଣ୍ଟରୁ ବାହାରିବା ପରେ ପ୍ରିୟଙ୍କାଙ୍କୁ ଜାହ୍ନବୀଙ୍କ ସହିତ ସ୍ପଟ କରାଯାଇଥିଲା । ପ୍ରିୟଙ୍କା ଏବଂ ଜାହ୍ନବୀଙ୍କ ସାକ୍ଷାତର କିଛି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଫଟୋରେ ପ୍ରିୟଙ୍କା ଜହ୍ନବୀଙ୍କ ବଡ ଭଉଣୀ ପରି ତାଙ୍କୁ ଭଲପାଉଥିବା ଏବଂ ସିଅଫ କରୁଥିବା ନଜର ଆସିଛନ୍ତି ।
ପାପାଙ୍କୁ ମନେ ପକାଇ ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ତାଙ୍କ ପାପାଙ୍କ ସହିତ ବିତାଇଥିବା ସ୍ମୃତିକୁ ସୁନ୍ଦର ଭାବେ ଦେଖାଇଛନ୍ତି ।
କହିରଖୁଛୁ ଯେ ପ୍ରିୟଙ୍କା ତାଙ୍କ ପିତାଙ୍କର ଖୁବ ନିକଟତର ଥିଲେ । ପ୍ରିୟଙ୍କ ପିତା ଜଣେ ଡକ୍ଟର ଥିଲେ ଏବଂ ୧୯୯୭ରେ ଲେଫ୍ଟିନେଲ କର୍ନଲ ଭାବେ ସେନାରୁ ଅବସର ନେଇଥିଲେ । ୧୦ ଜୁନ ୨୦୧୩ରେ କ୍ୟାନସରରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ।