Only for Entertainment

ନିକଙ୍କ ପୂର୍ବରୁ ଏହି ୬ ଜଣଙ୍କୁ ଡେଟ କରିସାରିଛନ୍ତି ପ୍ରିୟଙ୍କା ଚୋପ୍ରା, ଚର୍ଚ୍ଚାରେ ରହିଥିଲା ତାଙ୍କର ପ୍ରତ୍ୟେକ ଆଫେୟର !

Highlights India
0 73

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ ଜୋନସଙ୍କ ରିଲେସନସିପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରିୟଙ୍କା ନିକଙ୍କୁ ନିଜ ପରିବାର ସହିତ ଦେଖାକରାଇବା ପାଇଁ ଭାରତକୁ ନେଇ ଆସିଛନ୍ତି । ନିକଙ୍କ ଭାରତ ଆସିବା ଖୁସିରେ ପ୍ରିୟଙ୍କା ନିଜ ଘରେ ଏକ ପାର୍ଟି ମଧ୍ୟ ଆୟୋଜନ କରିଥିଲେ । ଏବେ ପ୍ରିୟଙ୍କା ନିଜ ଫ୍ୟାମିଲି ଏବଂ ନିକଙ୍କ ସହିତ ଗୋଆରେ ଛୁଟି କଟାଉଛନ୍ତି । ତେବେ ଫିଲ୍ମ କ୍ୟାରିୟର ମଧ୍ୟରେ ନିକଙ୍କ ପୂର୍ବରୁ ପ୍ରିୟଙ୍କାଙ୍କ ନାମ ଅନେକ ଜଣଙ୍କ ସହିତ ଯୋଡି ହୋଇସାରିଛି । ଆସନ୍ତୁ ଜାଣିବା ନିକଙ୍କ ପୂର୍ବରୁ ପ୍ରିୟଙ୍କାଙ୍କ ଏହି ୬ଟି ଆଫେୟର ବିଷୟରେ ।

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ପ୍ରେମ ହେଉଛନ୍ତି ଅସୀମ ମର୍ଚାଣ୍ଟ । ଫିଲ୍ମକୁ ଆସିବା ପୂର୍ବରୁ ପ୍ରିୟଙ୍କା ତାଙ୍କୁ ଡେଟ କରୁଥିଲେ । କିନ୍ତୁ ଫିଲ୍ମରେ ସଫଳତା ମିଳିବା ପରେ ସେ ଧୀରେ ଧୀରେ ଅସୀମଙ୍କୁ ଭୁଲଯାଇଥିଲେ ।

akshya

ପ୍ରିୟଙ୍କା ଚୋପ୍ରା ଏବଂ ଅକ୍ଷୟ କୁମାରଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । ପ୍ରିୟଙ୍କା ନିଜ କ୍ୟାରିୟର ଆରମ୍ଭ କରିବା ସମୟରେ ଅକ୍ଷୟଙ୍କ ସହିତ ଅନେକ ହିଟ ଫିଲ୍ମ ଦେଇଥିଲେ । ଖବର ଅନୁସାରେ ଏକା ସହିତ କାମ କରୁ କରୁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ । ଏହାକୁ ନେଇ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କିଲ ଖନ୍ନା ଅକ୍ଷୟଙ୍କୁ ତଲାକ ଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ଏହା ପରେ ସେ ପ୍ରିୟଙ୍କାଙ୍କ ଠାରୁ ଦୂରେଇ ଯାଇଥିଲେ ।

harman

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ସମ୍ପର୍କ ଭାଙ୍ଗିବା ପରେ ପ୍ରିୟଙ୍କା ଅଭିନେତା ହରମନ ବାବେଜାଙ୍କୁ ଡେଟ କରିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ଦୁହିଁଙ୍କ ଆଫେୟରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଦୁହେଁ ଫିଲ୍ମ ‘ଲଭ ଷ୍ଟୋରୀ ୨୦୫୦’ରେ କାମ କରିଥିଲେ । କିନ୍ତୁ ହରମନଙ୍କୁ ବଲିଉଡରେ ସଫଳତା ନମିଳିବାରୁ ପ୍ରିୟଙ୍କା ତାଙ୍କ ସହିତ ସମ୍ପର୍କ ତୁଟାଇଥିଲେ ।

saharukh

ଶାହରୁଖ ଖାନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଆଫେୟର ଖୁବ ଚର୍ଚ୍ଚାରେ ରହିଥିଲା । ଦୁହେଁ ଅନେକ ଫିଲ୍ମରେ ଏକା ସହିତ କାମ କରିଛନ୍ତି । ଦୁହିଁଙ୍କ ଆଫେୟର ଖବର ସାମ୍ନାକୁ ଆସିବା ପରେ ଗୌରୀ ଖାନ ଶାହାରୁଖଙ୍କୁ ପ୍ରିୟଙ୍କାଙ୍କ ଠାରୁ ଦୂରରେ ରହିବା ପାଇଁ ଏବଂ ତାଙ୍କ ସହିତ କାମ ନକରିବା ପାଇଁ କହିଥିଲେ । ଏହି କାରଣ ପାଇଁ ଶାହରୁଖ ଏବଂ ପ୍ରିୟଙ୍କାଙ୍କୁ ଏବେ ଏକାଠି ଫିଲ୍ମରେ ଦେଖିବାକୁ ମିଳୁନାହିଁ ।

sahid

ଫିଲ୍ମ ‘କମିନେ’ ସୁଟିଂ ସମୟରେ ପ୍ରିୟଙ୍କା ଏବଂ ଶାହିତ ଖୁବ ନିକଟତର ହୋଇଯାଇଥିଲେ । ଖବର ଅନୁସାରେ ଗୋଆରେ ଏକ ପ୍ରାଇଭେଟ ପାର୍ଟିରେ ଦୁହେଁ ଏଂଗେଜମେଣ୍ଟ କରିନେଇଥିଲେ । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠିପାରିଲା ନାହିଁ ।

priyanka

ନିକ ଜୋନସ ପ୍ରିୟଙ୍କାଙ୍କର ପ୍ରଥମ ବିଦେଶୀ ବୟଫ୍ରେଣ୍ଡ ନୁହଁନ୍ତି । ତାଙ୍କ ପୂର୍ବରୁ ଗେରାଡ ବଟଲରଙ୍କ ସହିତ ପ୍ରିୟଙ୍କାଙ୍କର ଅଫେୟର ଖବର ସାମ୍ନାକୁ ଆସିଥିଲା । ଗେରାଡ ପ୍ରଥମଥର ପାଇଁ ଯେତେବେଳେ ଭାରତ ଆସିଥିଲେ ସେ ପ୍ରିୟଙ୍କାଙ୍କ ନ ଘରେ ରହିଥିଲେ । ତାଙ୍କ ଆସିବା ଖୁସୀରେ ପ୍ରିୟଙ୍କା ପାର୍ଟିର ଆୟୋଜନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More