Only for Entertainment

ରିଲିଜ ହେଲା ଇରଫାନ ଖାନଙ୍କ ନୁଆ ଫିଲ୍ମ ‘କାରବାଁ’ର ଟ୍ରେଲର ।

Mumbai Mirror
0 38

ଇରଫାନ ଖାନ ଯେବେ ବି ପରଦାକୁ ଆସନ୍ତି କିଛି ନା କିଛି ଅଲଗା କରି ଥାଆନ୍ତି । ସେ ହିନ୍ଦୀ ମିଡିଅମ ଭଳି ସ୍କୁଲ ପାଇଁ ଉଠାଇଥିବା ପଦକ୍ଷେପ ହେଉ କିମ୍ବା ‘କରିବ କରିବ ସିଙ୍ଗଲ’ଭଳି ଫିଲ୍ମ । ଇରଫାନ ତାଙ୍କର ସମସ୍ତ ଅନ୍ଦାଜରେ ପରଦାରେ ଯାଦୁ କରିଥାଆନ୍ତି । ଏବେ ଇରଫାନ ଖାନ ନ୍ୟୁରୋଏଣ୍ଡୋକ୍ରାଇନ କ୍ୟାନସରରେ ପୀଡିତ ଅଛନ୍ତି ଏବଂ ୠତ୍ପନରେ ତାଙ୍କର ଚିକିତ୍ସା ଚାରି ରହିଛି । ମାତ୍ର ଏହାମଧ୍ୟରେ ଇରଫାନ ଖାନଙ୍କ ନୁଆ ଫିଲ୍ମ ‘କାରବାଁ’ର ଟ୍ରେଲର ସାମ୍ନାକୁ ଆସିଛି । ଏହି ଟ୍ରେଲର ଖୁବ ମଜାଦାର ହୋଇଛି ।

କାରବାଁ’ର ଏହି ଟ୍ରେଲରରେ ଦୁଲକର ସଲମାନ ଏବଂ ମିଥିଲା ପାଲ୍କର ନଜର ଆସିଛନ୍ତି । ଏହି କାହାଣୀ ଅବିନାଶ, ଶୌକତ ଏବଂ ତାନ୍ୟା ଯେଉଁମାନେ ଯାତ୍ରା ପାଇଁ ବାହାରିଛନ୍ତି, ମାତ୍ର ଏହା କୌଣସି ଭାକାସନ କିମ୍ବା ମଜାଦାର ଟ୍ରିପ ନୁହେଁ । ବରଂ ଟ୍ରେଲର ଦେଖିଲା ପରେ ଜଣା ପଡୁଛି ଯେ ଅବିନାଶଙ୍କ ବାପାଙ୍କର ରୋଡ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଯାହାଙ୍କ ଶରୀର ପାର୍ସଲରେ ପଠା ଯାଇଛି ମାତ୍ର ପାର୍ସଲ ବଡି ଆଉ କାହାର ଦେଖିବାକୁ ମିଳୁଛି । ଟ୍ରେଲର ଖୁବ ମଜାଦାର ହୋଇଛି ମାତ୍ର ସବୁଠାରୁ ମଜାଦାର ହୋଇଛି ଇରଫାନଙ୍କ ଭୂମିକା ।

ଏହି ଫିଲ୍ମରେ ନଜର ଆସିଛନ୍ତି ମିଥିଲା ପାଲ୍କର, ଯିଏ ଅନେକ ୱେବ ସିରିଜରେ ନଜର ଆସି ସାରିଛନ୍ତି । ଏହି ଫିଲ୍ମ ୩ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More