Only for Entertainment

କ୍ରିକେଟର ବିରାଟ କୋହଲୀ ଏବଂ ଦେଶୀ ଗର୍ଲ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତେ କୋଟି, ଜାଣନ୍ତୁ !

90

ଦେଶୀ ଗର୍ଲ ରୁ ଗ୍ଲୋବାଲ ଆଇକନ ରୂପେ ନିଜ ପରିଚୟ ବନାଇଥିବା ପ୍ରିୟଙ୍କା ଚୋପ୍ରାଙ୍କ ନା’ ଇନଷ୍ଟାଗ୍ରାମ ତାଲିକାରେ ସବୁଠାରୁ ଉପରେ ସାମିଲ କରାଯାଇଛି । ଇନଷ୍ଟାଗ୍ରାମ ସେଡ୍ୟୁଲିଂ ଟୁଲ ହୋପର ଏଚକ୍ୟୁ ଦ୍ୱାରା ମିଳିଥିବା ଖବର ଅନୁସାରେ ଏହା ଖୁଲାସା ହୋଇଛି ।

ପ୍ରିୟଙ୍କା ନିଜ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି ଏବଂ ଏଥିରେ ଅନେକ ପ୍ରକାର ବ୍ରାଣ୍ଡ ଏବଂ କମର୍ସିଆଲ ପ୍ରମୋଟ କରୁଥିବାର ଦେଖିବାକୁ ମିଳିଥାଏ । ବିଶେଷ ସୂତ୍ରରୁ ପ୍ରକାଶ ଯେ ଇନଷ୍ଟାଗ୍ରାମରେ ୪କୋଟିରୁ ଅଧିକ ଫଲୋର୍ସ ହାସିଲ କରିଥିବା ପ୍ରିୟଙ୍କା ତାଲିକାର ଧନୀ ଲିଷ୍ଟରେ ୧୯ନମ୍ବରରେ ଅଛନ୍ତି । ଏହି ଲିଷ୍ଟରେ ସେଲିବ୍ରିଟିଙ୍କ ସମସ୍ତ ସ୍ତରରେ ତାଙ୍କ ନା’ ୧୬ତମ ସ୍ଥାନରେ ରହିଛି । ଏଠାରେ କୁହାଯାଇଛି ଯେ ପ୍ରିୟଙ୍କା ନିଜ ପ୍ରତି କମର୍ଶିଆଲ ପାଇଁ ୨୭୧,୦୦୦ଡଲାର ନେଇଥାଆନ୍ତି ଅର୍ଥାତ ଭାରତୀୟ ମୁଦ୍ରାରେ ସେ ୧,୮୬,୯୪,୩୯୩ଟଙ୍କା ନିଅନ୍ତି ।

 

View this post on Instagram

 

???

A post shared by Virat Kohli (@virat.kohli) on

ମନୋରଂଜନ ଜଗତରେ ପ୍ରିୟଙ୍କାଙ୍କ ବ୍ୟତୀତ ଭାରତୀୟ କ୍ରିକେଟର ବିରାଟ କୋହଲୀଙ୍କ ନା’ ମଧ୍ୟ ସାମିଲ ରହିଛି । ସେ ଲିଷ୍ଟର ୨୩ତମ ସ୍ତରରେ ଅଛନ୍ତି । ସେହିଭଳି ସ୍ପୋର୍ଟ୍ସ ସବ-ସେକସନରେ ୯ମରେ ରହିଛନ୍ତି । ତାଙ୍କୁ ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୧,୩୫,୨୨,୧୩୮ଟଙ୍କା ମିଳେ ।

 

View this post on Instagram

 

summer lovin’

A post shared by Kylie ✨ (@kyliejenner) on

ଇନଷ୍ଟାଗ୍ରାମ ରିଚ ଲିଷ୍ଟ ୨୦୧୯ରେ ଏହି ତାଲିକାରେ ଆମେରିକା ମିଡିଆ ପର୍ସନାଲିଟି ଏବଂ ବିଜନେସ ୱିମେନ କାଇଲି ଜେନର ଟପରେ ରହିଛନ୍ତି । ସେ ପ୍ରତି ପୋଷ୍ଟ ପାଇଁ ୮,୭୩,୪୧,୯୭୩ଟଙ୍କା ନିଅନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More