Only for Entertainment

ବିବାହକୁ ନେଇ କ’ଣ କହିଲେ ଦେଶୀ ଗର୍ଲ ପ୍ରିୟଙ୍କା, ଜାଣନ୍ତୁ ।

bollywooddhamaka
0 39

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକାନ ସିଙ୍ଗର ନିକ ଜୋନସଙ୍କ ଲିଙ୍କଅପ ଖବର ଏବେ କିଛି ଦିନରୁ ଢେର ଚର୍ଚ୍ଚାରେ ରହିଛି । ଖବର ଅନୁସାରେ ଦୁହେଁ ଖୁବ ଶୀଘ୍ର ଏନଗେଜମେଣ୍ଟ କରିପାରନ୍ତି । କିନ୍ତୁ ଏହାକୁ ନେଇ ପ୍ରିୟଙ୍କା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ନିକଟରେ ଏକ ୱେବସାଇଟକୁ ଦେଇଥିବା ଇଣ୍ଟରଭ୍ୟୁ ଅନୁସାରେ ପ୍ରିୟଙ୍କା ଖବୁଶୀଘ୍ର ବିବାହ କରିପାରନ୍ତି । ଆଜ୍ଞା ହଁ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ନିଜ ଲଭ ଲାଇଫ, ବିବାହର ପ୍ଲାନିଂ ଏବଂ ନିଜ କ୍ୟାରିୟର ବିଷୟରେ ଖୋଲା ଖୋଲି ଭାବେ କହିଥିଲେ । ଇଣ୍ଟରଭ୍ୟୁରେ ପ୍ରିୟଙ୍କାଙ୍କୁ ପଚରାଯାଇଥିଲା ଆପଣ ରୋମାଣ୍ଟିକ କି ନୁହେଁ । ଏହାର ଉତ୍ତରରେ ସେ କହିଥିଲେ ମୁଁ ବହୁତ ରୋମାଣ୍ଟିକ ଏବଂ ମୁଁ ଭାବୁଛି କାହିଁକି ବା ହେବିନି ।

ପ୍ରିୟଙ୍କା ଆହୁରି ମଧ୍ୟ କରିଛନ୍ତି, ଯଦି କେହି ଆପଣଙ୍କୁ ଭଲପାଉଛି ଏବଂ ତୁମର ଚିନ୍ତା କରୁଛି ତେବେ ତାଙ୍କ ଆଡକୁ ଧ୍ୟାନ ଦେବା ଜରୁରି । ବିବାହ କରିବା ପ୍ରଶ୍ନରେ ପ୍ରିୟଙ୍କା କହିଥିଲେ ମୋତେ ବିବାହ କରିବାର ବିଚାର ପସନ୍ଦ । ମୁଁ ମଧ୍ୟ ବିବାହ କରିବାକୁ ଚାହେଁ ମୁଁ ଏଥିପାଇଁ ପ୍ରସ୍ତୁତ । ମୋତେ ଲାଗୁନି ଯେ ବିବାହ କରିବା ଦ୍ୱାରା କିଏ ବଡ କିମ୍ବା ଛୋଟ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More