Only for Entertainment

ବଲିଉଡକୁ କମବ୍ୟାକ କଲେ ପ୍ରିୟଙ୍କା, ଭାଇରାଲ ହେଲା ‘ଦ ସ୍କାଇ ଇଜ ପିଙ୍କ’ରେ ଅଭିନେତ୍ରୀଙ୍କ ଲୁକ ।

finance.yahoo.com
30

ବଲିଉଡକୁ ପୁଣି ଥରେ ଫେରିଛନ୍ତି ପ୍ରିୟଙ୍କା ଚୋପ୍ରା । ଦୀର୍ଘ ସମୟ ହେବ ସେ ବଲିଉଡରୁ ଦୂରେଇ ରହିଥିଲେ । ଶେଷ ଥର ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ଫିଲ୍ମ ବାଜିରାଓ ମସ୍ତାନୀରେ ଦେଖିବାକୁ ମିଳିଥିଲା । ତେବେ ଯଦି ପ୍ରିୟଙ୍କା ସଲମାନଙ୍କ ଫିଲ୍ମ ଭାରତ ଛାଡ଼ିନଥାନ୍ତେ ନିହାତି ଭାବରେ ଦର୍ଶକ ପ୍ରିୟଙ୍କାଙ୍କୁ ପରଦାରେ ଦେଖି ଖୁବ ଖୁସି ହୋଇଥାନ୍ତେ । କିନ୍ତୁ ସେଭଳି ହେଲା ନାହିଁ । ପ୍ରିୟଙ୍କା ଫିଲ୍ମ ଭାରତ ଛାଡ଼ିଦେଲେ । ତେବେ ଅଧା ରହି ଯାଇଥିବା ଦର୍ଶକଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଫିଲ୍ମରେ ପ୍ରିୟଙ୍କାଙ୍କ ଝଲକ ଏବେ ଠାରୁ ନଜର ଆସିଛି ।

 

 

View this post on Instagram

 

Stills from “The Sky is Pink” movie releasing on 11th October, 2019. Her comeback bollywood movie ???

A post shared by i love you Priyanka Chopra ??? (@priyankachopra.updates) on

ପ୍ରିୟଙ୍କାଙ୍କ ଏକ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନୁମାନ କରାଯାଉଛି ଏହା ପ୍ରିୟଙ୍କାଙ୍କ ଅପକମିଂ ଫିଲ୍ମ ‘ ଦ ସ୍କାଇ ଇଜ ପିଙ୍କ’ର ଲୁକ । ଭାଇରାଲ ହେଉଥିବା ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋରେ ପ୍ରିୟଙ୍କା ବବ କଟ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ପ୍ରିୟଙ୍କାଙ୍କ ଫ୍ୟାନ୍ସଙ୍କ କହିବା ଅନୁସାରେ ଏହା ତାଙ୍କ ଅପକମିଂ ଫିଲ୍ମ ‘ ଦ ସ୍କାଇ ଇଜ ପିଙ୍କ’ର ଲୁକ ।

କହିରଖୁଛୁ ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ବ୍ୟତୀତ ଫରହାନ ଅଖତର, ଜାୟରା ବସୀମ ମଧ୍ୟ ନଜର ଆସିବେ । ଫିଲ୍ମର ଡାଇରେକ୍ଟର ହେଉଛନ୍ତି ସୋନାଲି ବୋଷ । ପଲମରୀ ଫାଇବରୋସିସରୁ ଗ୍ରେସିତ ଏକ ମୋଟିଭେସନାଲ ସ୍ପିକର ଆୟଶା ଚୌଧରୀଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମ ୧୧ ଅକ୍ଟୋବରକୁ ସିନେମା ଘରେ ରିଲିଜ ହେବ । ତେବେ ହଲିଉଡ ଏବଂ ବଲିଉଡ ଫିଲ୍ମରେ କାମ କରିଥିବା ପ୍ରିୟଙ୍କା ଜଣେ ଗ୍ଲୋବାଲ ଆଇକନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More