Only for Entertainment

ସେକ୍ସନ ୩୭୫କୁ ନେଇ କାନୁନ ଜାଲରେ ଫସିଲେ ଅଭିନେତା ଅକ୍ଷୟ ଖନ୍ନା, ପୁଣେ ଅଦାଲତ ଜାରି କଲେ ସମନ

insta pic of akshya khanna
68

ବଲିଉଡ ଅଭିନେତା ଅକ୍ଷୟ ଖନ୍ନା ନିଜର ଆଗାମୀ ଫିଲ୍ମ ‘ସେକ୍ସନ ୩୭୫’ ପାଇଁ ଏବେ ଆଇନ କାନୁନ ମଧ୍ୟରେ ଫସିଯାଇଛନ୍ତି । ପୁଣେର ଜଣ ଓକିଲ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରି ଆରୋପ ଲଗାଇଛନ୍ତି ଯେ, ଫିଲ୍ମର ଟ୍ରେଲର ଏବଂ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ପ୍ରୋମୋରେ ଆଇନ କାନୁନ ପ୍ରକ୍ରିୟାକୁ ଖରାପ ଢଙ୍ଗରେ ଦର୍ଶା ଯାଇଛି । ଏହାକୁ ନେଇ ପୁଣେ ସିଭିଲ କୋର୍ଟ ଅକ୍ଷୟ ଖନ୍ନାଙ୍କ ଫିଲ୍ମ ମେକର୍ସଙ୍କୁ ସମନ ଜାରି କରିଛନ୍ତି ।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ, ଓକିଲ ୱାଜୀଦ ଖାନ ବିଡକର ଏବଂ ତାଙ୍କ ଛାତ୍ର ଅମରଜୀତ ମହାସ୍କେ ପୁଣେ ଅଦାଲତରେ ପିଟିସନ ଦାଖଲ କରି ଫିଲ୍ମର ରିଲିଜ ଡେଟ ଉପରେ ଷ୍ଟେ ଅର୍ଡର ଦେବା ପାଇଁ ଦାବି କରିଛନ୍ତି ।

ୱାଜୀଦଙ୍କ କହିବା ଅନୁସାରେ ଏହି ଫିଲ୍ମର ଟ୍ରେଲରରେ ଧାରା ୧୬୪କୁ ଖରାପ ଢଙ୍ଗରେ ଦର୍ଶା ଯାଇଛି । ଫିଲ୍ମରେ ଜଣେ ରେପ ପିଡିତାଙ୍କୁ ପୋଲିସ ଅଭଦ୍ର ଢଙ୍ଗରେ ପଚରା ଉଚରା କରୁଥିବାର ଦେଖିବାକୁ ମିଳିଛି । ଏହା ସହିତ କୋର୍ଟ ରୁମରେ ମଧ୍ୟ ତାଙ୍କୁ ଅସହଜ ଅନୁଭବ କରିବା ଭଳି ପ୍ରଶ୍ନ କରାଯାଇଛି । ତାଙ୍କ କହିବା ଅନୁସାରେ କୋର୍ଟରେ ସମସ୍ତଙ୍କ ସାମ୍ନାରେ ଏଭଳି ପ୍ରଶ୍ନ ପଚାରାଯିବା ଉଚିତ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More